ବାଚସ୍ପତି ଓମ୍ ବିର୍ଲାଙ୍କୁ ଚିଠି ଲେଖିଲେ ସାଂସଦ

ଭୁବନେଶ୍ୱର() ଲୋକସଭା ବାଚସ୍ପତି ଓମ୍ ବିର୍ଲାଙ୍କୁ ଆଜି ଚିଠି ଲେଖିଛନ୍ତି କେନ୍ଦୁଝର ସାଂସଦ ଚନ୍ଦ୍ରାଣୀ ମୁର୍ମୁ । ଓଟିଭି ବିରୋଧରେ ସ୍ୱାଧୀକାର ଭଙ୍ଗ ନୋଟିସ ଦେଇଛନ୍ତି ଚନ୍ଦ୍ରାଣୀ । ସାଂସଦ ଚନ୍ଦ୍ରାଣୀ କହିଛନ୍ତି ଯେ, ‘ଅଶ୍ଳୀଳ ଭିଡିଓ ଭାଇରାଲ କରି ମାନସିକ ନିର୍ଯ୍ୟାତନା ଦେଇଛନ୍ତି । ମୋତେ ବଦନାମ କରିବାକୁ ଷଡଯନ୍ତ୍ର କରିଛନ୍ତି । ଘଟଣାରେ ପୋଲିସ ଓଟିଭି ସାମ୍ବାଦିକ ରମେଶ ରଥଙ୍କୁ ଜେରା କରିଛି । ଅକ୍ଟୋବର ୧୫ରେ ଓଟିଭି ବିଭ୍ରାନ୍ତକର ଖବର ପ୍ରସାରଣ କରିଛି । ବିଭ୍ରାନ୍ତକର ଖବର ପାଇଁ ଓଟିଭି ବିରୋଧରେ କାର୍ଯ୍ୟାନୁଷ୍ଠାନ ହେଉ ।’

ଅନ୍ୟପଟେ ସାଂସଦ ଚନ୍ଦ୍ରାଣୀ ମୁର୍ମୁଙ୍କ ଫେକ୍ ଭିଡିଓ ଭାଇରାଲ ଘଟଣାରେ ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ପ୍ରଦୀପ ମାଝୀ । ପ୍ରଦୀପ କହିଛନ୍ତି ଯେ, ‘ ସେ ଜଣେ ଆଦିବାସୀ ମହିଳା । ଆଦିବାସୀ ସମାଜ ପ୍ରତି ଘୋର ଅପମାନ ହୋଇଛି । ଘଟଣାର ସଠିକ୍ ତଦନ୍ତ କରାଯାଉ ।’

Share

Leave a Reply

Your email address will not be published. Required fields are marked *

two − 1 =