ଭିଜିଲାନ୍ସ ଜାଲରେ ଖୋଦ୍ ଭିଜିଲାନ୍ସ କର୍ମଚାରୀ

କଳାହାଣ୍ଡି: ଭିଜିଲାନ୍ସ ଜାଲରେ ଧରା ପଡିଛନ୍ତି ଖୋଦ୍ ଭିଜିଲାନ୍ସ ସ୍ପେଶାଲ ପବ୍ଲିକ୍ ପ୍ରସିକ୍ୟୁଟର । ଗୋଟିଏ ପୁରୁଣା ମାମଲା ରଫାଦଫା କରିବା ପାଇଁ ଲାଂଚ ଗ୍ରହଣ କରୁଥିବା ବେଳେ କଟକର ସ୍ୱତନ୍ତ୍ର ଭିିଜିଲାନ୍ସ ଟିମ୍ ଆଶୁତୋଷ ମିଶ୍ରଙ୍କୁ ଧରିିଛି । ମିଳିଥିବା ସୂଚନା ଅନୁସାରେ ମହୁଲପାଟଣା ଫାଣ୍ଡିର ପୂର୍ବତନ ଏଏସଆଇ ମଳୟ ରଣାଙ୍କ ଭିଜିଲାନ୍ସ ମାମଲା ରଫାଦଫା ପାଇଁ ଭବାନୀପାଟଣା ଭିଜିଲାନ୍ସ ସ୍ପେଶାଲ୍ ପବ୍ଲିକ ପ୍ରସିକ୍ୟୁଟର ଆଶୁତୋଷ ମିଶ୍ର ଲକ୍ଷେ ଟଙ୍କା ଲାଂଚ ନେଉଥିଲେ । ସ୍ଥାନୀୟ ଟିଭି ସେଂଟର ପଡା ବାସଭବନରେ ଟଙ୍କା ନେଉଥିବା ବେଳେ ଭିଜିଲାନ୍ସ ଟିମ୍ ଚଢାଉ କରି ଆଶୁତୋଷ ମିଶ୍ରଙ୍କୁ ଧରିଥିଲା ।

Share

Leave a Reply

Your email address will not be published. Required fields are marked *

1 + fourteen =