ବାତ୍ୟା ‘ୟାସ୍ ‘ ନେଇ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ବୈଠକ

ଭୁବନେଶ୍ୱର: ଉତ୍ତର ଓଡ଼ିଶାରେ ତାଣ୍ଡବ ଲୀଳା ରଚିଛି ବାତ୍ୟା ୟାସ୍ । ସମ୍ଭାବ୍ୟ ବାତ୍ୟା କାରଣରୁ ବିଭିନ୍ନ କ୍ଷୟକ୍ଷତି ହୋଇଥିବା ସମୟରେ ୨ଜଣଙ୍କ ଜୀବନ ମଧ୍ୟ ଚାଲି ଯାଇଛି ।ସନ୍ଧ୍ୟା ସାଢେ ୬ଟାରେ ମୁଖ୍ୟମନ୍ତ୍ରୀ ଏନେଇ ଏକ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକ କରିବେ । ଏହି ବୈଠକରେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ରଙ୍କ ସହିତ ଏସଆରସି ପ୍ରଦୀପ ଜେନା ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହିବେ ।

ସେହିଭଳି ଗତକାଲି ମଧ୍ୟ ମୁଖ୍ୟମନ୍ତ୍ରୀ ବାତ୍ୟା ନେଇ ଏକ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା କରିଥିଲେ ।ଯେଉଁଥିରେ ସେ ଲୋକଙ୍କୁ ସୁରକ୍ଷାକୁ ଦୃଷ୍ଟି ଦେବାକୁ ପରାମର୍ଶ ଦେଇଥିଲେ । ପ୍ରତିଟି ଜୀବନ ଆମ ପାଇଁ ମୂଲ୍ୟବାନ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

Share

Leave a Reply

Your email address will not be published. Required fields are marked *

2 × 4 =