ଦିନ ୧ଟା ସୁଦ୍ଧା ତିର୍ତ୍ତୋଲରେ ୩୯.୬୮% ମତଦାନ

ଭୁବନେଶ୍ବର: ଉଭୟ ବାଲେଶ୍ୱର ଓ ତିର୍ତ୍ତୋଲ ଉପନିର୍ବାଚନ ଲାଗି ଭୋଟଗ୍ରହଣ ଜାରିରହିଛି । ସକାଳ ୭ ଟାରୁ ଭୋଟ ଆରମ୍ଭ ହୋଇଥିବାବେଳେ ସନ୍ଧ୍ୟା ୬ଟା ପର୍ୟ୍ୟନ୍ତ ମତଦାନ ଚାଲିବ ।  ତେବେ ମତଦାନ ନେଇ ମୁଖ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି ଯେ,  ଦିନ ୧ଟା ସୁଦ୍ଧା ବାଲେଶ୍ୱରରେ ୪୧.୩୬.୬% ମତଦାନ ହୋଇଛି ।  ସେହିପରି ତିର୍ତ୍ତୋଲରେ ଦିନ ୧ଟା ସୁଦ୍ଧା ୩୯.୬୮.୯୩% ମତଦାନ ହୋଇଛି । ଉଭୟ ନିର୍ବାଚନମଣ୍ଡଳୀରେ ଦିନ ୧ଟା ସୁଦ୍ଧା ହାରାହାରି ୪୦.୫୧% ମତଦାନ ହୋଇଛି ।  ଅନ୍ୟପକ୍ଷରେ  ବାଲେଶ୍ୱରରେ ପୁଲିସ କର୍ମଚାରୀ ଚିରିକୁଟି ବାଣ୍ଟିବା ପ୍ରସଙ୍ଗରେ  ସମ୍ପୃକ୍ତ ବୁଥରୁ ୨ କର୍ମଚାରୀଙ୍କୁ ହଟାଯାଇଥିବା ମୁଖ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି  ।  ତଦନ୍ତରେ ପ୍ରମାଣ ମିଳିନଥିଲେ ବି ସେମାନଙ୍କୁ ହଟାଯାଇଥିବା ସିଇଓ କହିଛନ୍ତି ।  ସେହିପରି ବାଲେଶ୍ୱରରେ ଜଣେ ମହିଳା ଟଙ୍କା ବାଣ୍ଟିବା ପ୍ରସଙ୍ଗ କହିଛନ୍ତି ଯେ,  ମିଡିଆରୁ ଏ ସମ୍ପର୍କରେ ଜାଣିଲୁ । ତେବେ କିଛି ପ୍ରମାଣ ମିଳିନି । ପୁଲିସ ଏହାର ତଦନ୍ତ କରୁଛି ବୋଲି ସିଇଓ କହିଛନ୍ତି । ବାଲେଶ୍ୱର ଓ ତିର୍ତ୍ତୋଲରେ ଶାନ୍ତିଶୃଙ୍ଖଳାରେ ସହ ମତଦାନ ଚାଲିଛି । ସକାଳ ୯ଟା ସୁଦ୍ଧା ଦୁଇଟି ଯାକ ଆସନରେ ୯.୮୧ ପ୍ରତିଶତ ଭୋଟ ପଡିଥିଲା  ।  ତିର୍ତୋଲରେ ୭.୫୮ ପ୍ରତିଶତ ଓ ବାଲେଶ୍ୱରରେ ୧୨ ଦଶମିକ ୧୧ ପ୍ରତିଶତ ଭୋଟ ହୋଇଥିଲା  ।  ସେହିପରି ଦିନ ୧୧ଟା ସୁଦ୍ଧା ହାରାହାରି ୨୬.୨୪ ପ୍ରତିଶତ ମତଦାନ ହୋଇଥିଲା । ଦିନ ୧୧ଟା ସୁଦ୍ଧା ବାଲେଶ୍ୱରରେ ୨୭.୬% ଓ  ତିର୍ତ୍ତୋଲରେ ଦିନ ୧୧ଟା ସୁଦ୍ଧା ୨୪.୯୩% ମତଦାନ ହୋଇଥିଲା । ୪ ଲକ୍ଷ ୬୯ ହଜାର ୪୫୦ ଭୋଟର ୧୫ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ । ବାଲେଶ୍ୱରର ୨ ଲକ୍ଷ ୩୦ ହଜାର ୨୯୭ ଭୋଟ ୬ ଜଣ ପ୍ରାର୍ଥୀଙ୍କ ସମ୍ପର୍କରେ ତାଙ୍କ ରାୟ ଦେବେ । ସେହିଭଳି ତିର୍ତ୍ତୋଲର ୨ ଲକ୍ଷ ୩୯ ହଜାର ୧୫୩ ଭୋଟର ନିର୍ବାଚନୀ ମଇଦାନରେ ଅବତୀର୍ଣ୍ଣ ହୋଇଥିବା ୯ ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ବିଧାନସଭାକୁ ଯିବାକୁ କିଏ ଯୋଗ୍ୟ, ତାହା ବାଛିବେ ।

Share

Leave a Reply

Your email address will not be published. Required fields are marked *

3 × three =