ଛତିଶଗଡ଼ରେ ପ୍ରବଳ ବର୍ଷା ଯୋଗୁଁ ହୀରାକୁଦକୁ ୮ଲକ୍ଷ କ୍ୟୁସେକ ପଶୁଛି

ଭୁବନେଶ୍ୱର() ବନ୍ୟା ବିପଦ ଡାକି ଆଣିଛି ଲଗାଣ ବର୍ଷା । ପ୍ରବଳ ବର୍ଷା ଯୋଗୁଁ ରାଜ୍ୟର ପ୍ରମୁଖ ନଦୀରେ ଜଳସ୍ତର ବଢୁଥିବା ଜଣାଯାଇଛି । ଏବେ ରାଜ୍ୟର ୪ଟି ପ୍ରମୁଖ ନଦୀ ବିପଦସଙ୍କେତ ଉପରେ ପ୍ରବାହିତ ହେଉଥିବା ଜଣାଯାଇଛି ।

ସେପଟେ ବନ୍ୟା ପରିସ୍ଥିତି ସମ୍ପର୍କରେ ସ୍ୱତନ୍ତ୍ର ରିଲିଫ କମିଶନର(ଏସଆରସି) ପ୍ରଦୀପ ଜେନା ସୂଚନା ଦେଇ କହିଛନ୍ତି ଯେ, ମହାନଦୀରେ ମଧ୍ୟମ ଧରଣର ବନ୍ୟା ଆଶଙ୍କା କରାଯାଉଛି ।  ଛତିଶଗଡ଼ରେ ପ୍ରବଳ ବର୍ଷା ଯୋଗୁଁ ହୀରାକୁଦରୁ ୮ଲକ୍ଷ କୁ୍ୟସେକ ପଶୁଛି ।  ହୀରାକୁଦର ୩୨ଟି ଗେଟ ଖୋଲାଯାଇଥିବାବେଳେ ୩୬ଟି ଗେଟ ଖୋଲାଯିବ ।  ମୋଟ ୬ ଲକ୍ଷ କୁ୍ୟସେକ ଜଳ ଛଡ଼ାଯିବ ।  ତଳମୁଣ୍ଡ ପାଣିକୁ ମିଶାଇଲେ ମୁଣ୍ଡଳିରେ ୧୦ରୁ ସାଢେ ୧୦ ଲକ୍ଷ କୁ୍ୟସେକ ଯିବ ।  ଖଇରିମାଳରୁ ମୁଣ୍ଡଳି ଯାଏ  ଏବଂ କଟକ ତଳକୁ ଆଜି ଆଉ ବର୍ଷା ହୋଇନି ।  ବର୍ଷା ହୋଇନଥିବାରୁ ଆଉ ପାଣି ମିଶିବନି । ସେହି ୧୦ ଲକ୍ଷ ପାଖାପାଖି ଯିବ ।  ପୂର୍ବରୁ ମହାନଦୀ ସିଷ୍ଟମ ୧୬ ଲକ୍ଷ କୁ୍ୟସେକ ଯାଏ ଜଳ ପ୍ରବାହ ସମ୍ଭାଳିଛି ।  ତେଣୁ ୧୦ରୁ ସାଢେ ୧୦ ଲକ୍ଷରେ ଏକ ମଧ୍ୟମ ଧରଣର ବନ୍ୟା ଆଶା କରୁଛୁ ।  ମହାନଦୀ ସିଷ୍ଟମର ସବୁ ଜିଲ୍ଲାପାଳମାନଙ୍କୁ ଆଲର୍ଟ କରାଯାଇଛି ।  ଓଡ୍ରାଫ, ଏନଡିଆରଏଫ ଟିମକୁ ଆଗୁଆ ପଠାଯାଇଛି । ସେମାନେ ପ୍ରସ୍ତୁତ ଅଛନ୍ତି ବୋଲି ଏସଆରସି ପ୍ରଦୀପ ଜେନା ସୂଚନା ଦେଇଛନ୍ତି ।

ଏହାଛଡ଼ା ସେ କହିଛନ୍ତି ଯେ, ସୁବର୍ଣ୍ଣରେଖା ରାଜଘାଟ ଠାରେ ସ୍ଥିର ଅଛି । ପରିସ୍ଥିତିରେ ସୁଧାର ଆସିବ ବୋଲି ଆଶା ରହିଛି ।  ବୁଢାବଳଙ୍ଗ ବିପଦସଙ୍କେତ ତଳେ ରହିଛି । ଜଳସ୍ତର କମି କମି ଚାଲିଛି ।  ବୈତରଣୀ ଆଖୁଆପଦାରେ ବିପଦସଙ୍କେତ ଉପରେ ଥିଲେ ବି ଜଳସ୍ତର କମୁଛି ।  ବୈତରଣୀ ନଦୀର ଦତ୍ତପୁର ଠାରେ ୮୦ ମିଟରର ଏକ ଘାଇ ହୋଇଛି ।  ବ୍ରାହ୍ମଣୀ ନଦୀ ଜଳସ୍ତର ସ୍ଥିର ଅଛି । ୨୪ ଘଣ୍ଟା ପରେ କମିବା ନେଇ ଆଶା ରହିଛି ।  ବ୍ରାହ୍ମଣୀ ନଦୀରେ ବରୀ ବ୍ଲକରେ ୧୪ଟି ଜାଗାରେ ଘାଇ ସୃଷ୍ଟି ହୋଇଛି ।

Share

Leave a Reply

Your email address will not be published. Required fields are marked *

four × 3 =