ଇଦ୍ ଉଲ୍ ଜୁହା ପାଇଁ ମସ୍‌ଜିଦ୍‌ ଚଳଚଞ୍ଚଳ

ଭୁବନେଶ୍ବର: ଆଜି ହେଉଛି ତ୍ୟାଗ ଓ ବଳିଦାନର ପର୍ବ ଇଦ୍ ଉଲ୍ ଜୁହା ପାଇଁ ରାଜ୍ୟର ସବୁ ମସ୍‌ଜିଦ୍‌ ଚଳଚଞ୍ଚଳ ହୋଇପଡ଼ିଛି। ଭୁବନେଶ୍ୱର ୟୁନିଟ୍‌ ୪ ସ୍ଥିତି ମସଜିଦ୍‌ରେ ମୁସଲିମ୍‌ ଭାଇମାନେ ଇଦ୍‌ ପାଳନ କରିଥିଲେ। ଏହାସହ ରାଜଧାନୀରେ ଥିବା ଅନ୍ୟ ମସଜିଦ୍‌ରେ ମଧ୍ୟ ଉତ୍ସାହର ସହ ଇଦ୍‌ ପାଳିତ ହୋଇଛି। ରାଜଧାନୀ ଭୁବନେଶ୍ୱର ସମତେ ଐତିହାସିକ ସହର କଟକ, ଭଦ୍ରକ, ରାଉରକେଲା ସମେତ ବିଭିନ୍ନ ସ୍ଥାନରେ ଇଦ୍‌ ଉଲ୍‌ ଜୁହା ଧୁମ୍‌ଧାମ୍‌ରେ ପାଳିତ ହେଉଛି। ଭଦ୍ରକ ଇଦ୍‌ଗହା ମୈଦାନରେ ପବିତ୍ର ଇଦ୍‌ ଉଲ୍‌ ଜୁହା ପାଳିତ ହୋଇଛି। ଶତାଧିକ ଇସ୍‌ଲାମ୍‌ ଧର୍ମାବଲମ୍ବୀ ଏକାଠି ହୋଇ ନମାଜ ପାଠ କରିଥିଲେ। ବିଭିନ୍ନ ରାଜନୈତିକ ଦଳର ନେତାମାନେ ଯୋଗ ଦେଇ ମୁସଲିମ୍‌ ଭାଇମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ।ସୁରକ୍ଷା ପାଇଁ ଭଦ୍ରକ ଇଦ୍‌ଗହା ମୈଦାନରେ ୧୩ ପ୍ଲାଟୁନ୍ ପୁଲିସ୍‌ ମୁତୟନ କରାଯାଇଥିଲା। ରାଜ୍ୟର ଅନ୍ୟାନ୍ୟ ମସ୍‌ଜିଦ୍‌ରେ ସମୂହ ନମାଜ ପାଠ କରାଯାଇଥିଲା।

Share

Leave a Reply

Your email address will not be published. Required fields are marked *

8 + 14 =