ଓଡ଼ିଆରେ ଲାଗିବ ନାମଫଳକ

ଭୁବନେଶ୍ବର: ରାଜ୍ୟରେ ସବୁ ସରକାରୀ ପ୍ରତିଷ୍ଠାନରେ ଓଡ଼ିଆରେ ନାମଫଳକ ଲାଗିବ।ଏଥିସହ ସମସ୍ତ ବ୍ୟବସାୟିକ ପ୍ରତିଷ୍ଠାନରେ ମଧ୍ୟ ଓଡ଼ିଆରେ ନାମଫଳକ ଲେଖିବା ବାଧ୍ୟତାମୂଳକ ହୋଇଛି। ଆସନ୍ତା ୧୫ ଦିନ ମଧ୍ୟରେ ଓଡ଼ିଆରେ ନାମ ଫଳକ ଲଗାଇବାକୁ ନିର୍ଦ୍ଦେଶ ଦିଆଯାଇଛି। ଏନେଇ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି।ସଚିବାଳୟରେ ଉନ୍ନୟନ କମିଶନର ଆର୍. ବାଲକ୍ରିଷ୍ଣନ୍‌ଙ୍କ ଅଧ୍ୟକ୍ଷତାରେ ବସିଥିବା ଉଚ୍ଚସ୍ତରୀୟ ବୈଠକରେ ଏ ନିଷ୍ପତ୍ତି ନିଆଯାଇଛି। ନିର୍ଦ୍ଦେଶ ଅନୁପାଳନ ପାଇଁ ଶ୍ରମ ବିଭାଗକୁ କୁହାଯାଇଛି। ଯେଉଁ ଦୋକାନ ବା ବାଣିଜ୍ୟିକ ପ୍ରତିଷ୍ଠାନ ଓଡ଼ିଆରେ ନାମଫଳକ ଲେଖିନଥିବେ ସେମାନଙ୍କ ନାଁରେ ସାଧାରଣ ଲୋକେ ଅଭିଯୋଗ ଆଣିପାରିବେ। ଏଥିପାଇଁ ଏକ ପୋର୍ଟାଲ୍‌ର ବ୍ୟବସ୍ଥା କରାଯାଉଛି।

Share

Leave a Reply

Your email address will not be published. Required fields are marked *

18 − seven =