ଗଜପତି କରିବେନି ଛେରା ପହଁରା

ପୁରୀ: ଚଳିତବର୍ଷ ସ୍ନାନ ଯାତ୍ରାରେ ଛେରା ପହଁରା କରିବେନି ଗଜପତି ମହାରାଜା । କରୋନା କଟକଣାକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତି ନିଆଯାଇଛି । ଗଜପତିଙ୍କ ପ୍ରତିନିଧି ମୁରିରସ୍ତ କରିବେ ଛେରା ପହଁରା ନୀତି । ଆଜି ଏନେଇ ଗଜପତିଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

ସୂଚନା ଥାଉକି, ଚଳିତ ବର୍ଷ ରଥଯାତ୍ରା ଆସନ୍ତା ୧୨ ତାରିଖରେ ଅନୁଷ୍ଠିତ ହେବ । କରୋନା କଟକଣାକୁ ଦୃଷ୍ଟିରେ ରଖି ପୁରୀ ଛଡ଼ା ଅନ୍ୟ କେଉଁଠି ମଧ୍ୟ ରଥଯାତ୍ରା ହେବ ନାହିଁ । ଯଦିଓ ହାଇକୋର୍ଟରେ ଏନେଇ ପାଞ୍ଚଟି ମାମଲା ହୋଇଥିଲା । ମାତ୍ର ଆଜି ଏହାକୁ ଖାରଜ କରାଯାଇଛି । ସେପଟେ କରୋନାର ଭୟବହତା ଦୃଷ୍ଟିରୁ କେବଳ ନୀତି ଅନୁଯାୟୀ ପରମ୍ପରା ବଜାୟ ରହିଛି । ଏହାକୁ ଦୃଷ୍ଟିରେ ରଖି ଗଜପତି ମହାରାଜା ଛେରା ପହଁରା କରିବାକୁ ମନା କରିଥିବା ସୂଚନା ମିଳିଛି ।

Share

Leave a Reply

Your email address will not be published. Required fields are marked *

four × 2 =