ଶାରଦାଙ୍କ ନାଁରେ ପୁରସ୍କାର ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର() ବିଶିଷ୍ଟ ଗୀତିକାର ଓ ଚଳଚ୍ଚିତ୍ର ନିର୍ମାତା ଶାରଦା ପ୍ରସନ୍ନ ନାୟକଙ୍କ ସ୍ମୃତିରେ ଆଜି ବଡ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଣିକି ପ୍ରତିବର୍ଷ ଶାରଦାଙ୍କ ନାଁରେ ଦିଆଯିବ ଗୀତି କବିତା ପୁରସ୍କାର । ଓଡିଶା ସଙ୍ଗୀତ ନାଟକ ଏକାଡେମୀ ଏନେଇ ଅଢେଇ ଲକ୍ଷ ଟଙ୍କା ଦେବ ।

ଆଜି ସନ୍ଧ୍ୟାରେ ଶାରଦାଙ୍କ ରାଜ୍ୟସ୍ତରୀୟ ଏକାଦଶାହ ସଭା ଅନୁଷ୍ଠିତ ହେବ । ସଂସ୍କୃତି ବିଭାଗ ଓ ଜିକେସି ଓଡିଶୀ ଗବେଷଣା କେନ୍ଦ୍ର ଏହାର ଆୟୋଜନ କରିବ । ତେବେ ଶାରଦାପ୍ରସନ୍ନଙ୍କ ଅବଦାନ ଓଡିଶା କଳା ଜଗତକୁ ରୁଦ୍ଧିମନ୍ତ କରିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ।

Share

Leave a Reply

Your email address will not be published. Required fields are marked *