ଜୁଲାଇ ୧୧ରେ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ

ଭୁବନେଶ୍ୱର() ଆଜି ସିବିଏସଇ ପରୀକ୍ଷା ଫଳ ପ୍ରକାଶ ତାରିଖ ପ୍ରକାଶ ପାଇଛି । ଆସନ୍ତା ୧୧ ଓ ୧୩ରେ ସିବିଏସଇ ପରୀକ୍ଷା ଫଳ ପ୍ରକାଶ ପାଇବ । ଜୁଲାଇ ୧୧ରେ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ ପାଇବ । ସେହିପରି ୧୩ରେ ଦଶକ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ ପାଇବା ନେଇ ସୂଚନା ମିଳିଛି । cbseresults.nic.in, results.nic.in, cbse.nic.in ୱେସାଇଟରେ ଛାତ୍ରଛାତ୍ରୀମାନେ ନିଜର ରେଜଲ୍ଟ ଦେଖିପାରିବେ ।

ଉଲ୍ଲେଖଯୋଗ୍ୟ ଯେ ରାଜ୍ୟରେ କରୋନା ଆତଙ୍କ ଦେଖା ଦେଇଥିବାରୁ ସ୍କୁଲଠାରୁ ଆରମ୍ଭ କରି କଲେଜ ମଧ୍ୟ ବନ୍ଦ ରହିଥିଲା । ଏଥିସହିତ ସମସ୍ତ ପରୀକ୍ଷା ଓ ଆଗରୁ ହୋଇଥିବା ପରୀକ୍ଷା ଖାତା ଦେଖା ମଧ୍ୟ ବନ୍ଦ ଥିଲା । କିନ୍ତୁ ଏବେ ସିବିଏସିଇର ରେଜଲ୍ଡ ପ୍ରକାଶ ପାଇବା ନେଇ ସୂଚନା ରହିଛି ।

Share

Leave a Reply

Your email address will not be published. Required fields are marked *

nine − 5 =