ଦୀର୍ଘ ବର୍ଷ ପରେ ପୂର୍ତ୍ତ ବିଭାଗକୁ ଫେରିଲେ ୧୩ ଯନ୍ତ୍ରୀ

ଭୁବନେଶ୍ୱର () ପୂର୍ତ୍ତ ବିଭାଗ ଅଧିନରେ ଚାକିରେ କରିଥିଲେ, ହେଲେ ଡେପୁଟେସନରେ ବର୍ଷ ବର୍ଷ ଧରି ଅନ୍ୟ ବିଭାଗରେ କାର୍ଯ୍ୟ କରୁଥିଲେ । ବର୍ଷ ବର୍ଷ ଧରି ମୂଳ ବିଭାଗକୁ ଫେରୁନଥିଲେ ୧୩ଜଣ ଯନ୍ତ୍ରୀ । ପୂର୍ତ୍ତ ସଚିବ ଡକ୍ଟର କ୍ରିଷନ କୁମାରଙ୍କ ନିଦେ୍ର୍ଧଶରେ ଏହି ଯନ୍ତ୍ରୀମାନେ ମୂଳ ବିଭାଗକୁ ଫେରିଛନ୍ତି । ଆଉ ସେମାନେ ପରବର୍ତ୍ତି ନିଦେ୍ର୍ଧଶ ପର୍ଯ୍ୟନ୍ତ ମୁଖ୍ୟଯନ୍ତ୍ରୀଙ୍କ କାର୍ଯ୍ୟାଳୟରେ କାର୍ଯ୍ୟ କରିବେ ।

ପୂର୍ତ୍ତ ବିଭାଗ ଅଧିନରେ ଚାକିରି କରିଥିବା ୧୨ ଜଣ ସହକାରୀ ଯନ୍ତ୍ରୀ ଓ ଜଣେ କନିÂ ଯନ୍ତ୍ରୀ ଏମିତି ୧୩ ଜଣ ଯନ୍ତ୍ରୀ ଦୀର୍ଘ ୧୦ ବର୍ଷରୁ ଅଧିକ ସମୟ ହେଲା ଅନ୍ୟ ବିଭାଗକୁ ଡେପୁଟେସନରେ ଯାଇ ଆଉ ଫେରୁନଥିଲେ । ସେମାନଙ୍କ ମଧ୍ୟରୁ ଦୁଇ ଜଣ ସହକାରୀ ଯନ୍ତ୍ରୀ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷକୁ ଡେପୁଟେସନରେ ଯାଇଥିଲା ବେଳେ ଜଣେ ସହକାରୀ ଯନ୍ତ୍ରୀ ଭୁବନେଶ୍ୱର ମହାନଗର ନିଗମକୁ ଡେପୁଟେସନରେ ଯାଇଥିଲେ । ଡେପୁଟେସନରେ ଯାଇଥିବା ଯନ୍ତ୍ରୀଙ୍କ ମଧ୍ୟରୁ କିଏ ୧୦ ବର୍ଷ, କିଏ ୧୭ ବର୍ଷ, କିଏ ୧୮ ବର୍ଷ, କିଏ ୨୫ ବର୍ଷ ଧରି ଡେପୁଟେସନରେ ଯାଇଥିଲେ ।
ଡେପୁଟେସନରେ ଯାଇ ବର୍ଷ ବର୍ଷ ଧରି ମୂଳ ବିଭାଗକୁ ଫେରୁନଥିବା ଏହିସବୁ ଯନ୍ତ୍ରୀଙ୍କୁ ମୂଳ ବିଭାଗକୁ ଫେରାଇ ଆଣି ମୁଖ୍ୟଯନ୍ତ୍ରୀ(ସିଭିଲ)ରେ ଅବସ୍ଥାପିତ କରିବାକୁ ଆଜି ପୂର୍ତ୍ତ ବିଭାଗର ଅତିରିକ୍ତ ସଚିବ ମୁଖ୍ୟଯନ୍ତ୍ରୀଙ୍କୁ ନିଦେ୍ର୍ଧଶ ଦେଇଛନ୍ତି ।

Share

Leave a Reply

Your email address will not be published. Required fields are marked *

two × 2 =