ସାପ କାମୁଡ଼ାରେ ଦୁଇ ଭଉଣୀ ମୃତ

ସମ୍ବଲପୁର: ଶୋଇଥିବା ବେଳେ କାମୁଡ଼ି ଦେଲା ସାପ। ଚାଲିଗଲା ଦୁଇ ଭଉଣୀଙ୍କ ଜୀବନ। ଏହି ଦୁଃଖଦ ଘଟଣାଟି ଘଟିଛି ସମ୍ବଲପୁର ଜିଲ୍ଲା ନାକଟିଦେଉଳ ବ୍ଲକ୍ କିସିଣ୍ଡା ଥାନା ଅନ୍ତର୍ଗତ ହୀରାଲୋଇ ଗାଁରେ। ମୃତକ ଦ୍ୱୟ ହେଲେ ୧୧ ବର୍ଷୀୟା ଲଲିତା ସୋରେନ ଓ ସାନ ଉଭଣୀ ସୁସ୍ମିତା ସୋରେନ(୯) । ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଦୁଃଖର ଛାୟା ଖେଳିଯାଇଛି ।

ଗତକାଲି ବିଳମ୍ବିତ ରାତିରେ ଶୋଇଥିବା ବେଳେ ଏକ ଚିତି ସାପ ସେମାନଙ୍କୁ କାମୁଡ଼ି ଦେଇଥିଲେ । ପରିବାର ଲୋକେ ପ୍ରଥମେ ଗୁଣିଆକୁ ଡାକି ବିଷ ଝାଡ଼ିଥିଲେ । ପରେ ଅବସ୍ଥା ସଙ୍କଟାପର୍ଣ୍ଣ ହେବାରୁ ରେଢ଼ାଖୋଲ ମେଡିକାଲରେ ଭର୍ତି କରାଯାଇଥିଲା । ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ସେପଟେ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତକଙ୍କ ପରିବାରକୁ ସହାୟତା ଯୋଗାଇ ଦିଆଯିବ ବୋଲି ପ୍ରଶାସନ ପକ୍ଷରୁ ପ୍ରତିଶୃତି ଦିଆଯାଇଛି ।

Share

Leave a Reply

Your email address will not be published. Required fields are marked *

two × 5 =