ଫିରିଙ୍ଗିଆରୁ ବିପୁଳ ପରିମାଣର ବିୟର ଜବତ

ଫିରିଙ୍ଗିଆ ପୁଲିସ ଏକ ଇଣ୍ଡିଗୋ କାର ସହ ବିପୁଳ ପରିମାଣର କିଙ୍ଗ୍ ଫିସର ବିୟର ଜବତ କରିଛି। ଏହା ସହ ଏଥିରେ ସପ୍ରୃକ୍ତ ଦୁଇ ଜଣ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।

 ସୁଚନା ଅନୁସାରେ ଫିରିଙ୍ଗିଆ ବ୍ଲକ ଗୋଛାପଡା ଥାନା ଅଞ୍ଚଳ ର ସ୍ବାଧିନ ସାହୁ ଓ ଚେମୁର ବେହେରା ଏକ ଇଣ୍ଡିଗୋ କାର ଯୋଗେ ଏହି ବିଦେଶୀ କିଙ୍ଗଫିସର ବିୟର ଚୋରା ଚାଲାଣ କରୁଥିବା କୈାଣସି ସୁତ୍ରରୁ ଖବର ପାଇ ଫିରିଙ୍ଗିଆ ଥାନା ଅଧିକାରୀ ତପନ ନାହାକ ଙ୍କ ନେତୃତ୍ବରେ ଏକ ପୋଲିସ ଟିମ ଫିରିଙ୍ଗିଆ ସ୍ଥିତ ଘାଟି ସାହି ନିକରୁ ଚଢ଼ାଉ କରି କାର ସହ ୯୪ ଲିଟର ବିୟର ଜବତ କରିବା ସହ ଅଭିଯୁକ୍ତ ଦ୍ବୟ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।
ଏ ସଂକ୍ରାନ୍ତରେ ଫିରିଙ୍ଗିଆ ଥାନା ରେ ୨୪/୨୩ ରେ ଏକ ମାମଲା ରୁଜୁ କରି ଅଧିକ ତଦନ୍ତ ଜାରି ରଖିଥିବା ଥାନା ଅଧିକାରୀ ଶ୍ରୀ ନାହାକ ସୁଚନା ଦେଇଛନ୍ତି ।

Share

Leave a Reply

Your email address will not be published. Required fields are marked *

3 × three =