ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୬ ହଜାର ୭୫୨କୁ ବୃଦ୍ଧି

ନୂଆଦିଲ୍ଲୀ()  ଦେଶରେ କରୋନା ମୃତ୍ୟୁ ସଂଖ୍ୟା ୨୩ ହଜାର ୭୨୭କୁ ବୃଦ୍ଧି ପାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ୫୫୩ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ୨୮ ହଜାର ୪୯୮ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୬ ହଜାର ୭୫୨କୁ ବୃଦ୍ଧି ପାଇଛି ।

ଅନ୍ୟପଟେ ଦେଶରେ ୩ ଲକ୍ଷ ୧୧ ହଜାର ୫୬୫ ଜଣ ଚିକିତ୍ସିତ ହେଉଥିବା ବେଳେ ୫ ଲକ୍ଷ ୭୧ ହଜାର ୪୬୦ ଜଣ ସୁସ୍ଥ ହୋଇସାରିଛନ୍ତି । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

ତେବେ ମହାରାଷ୍ଟ୍ରରେ ସର୍ବାଧିକ ୧୦୪୮୨ ଓ ଗୁଜରାଟରେ ୨୦୫୫, ଦିଲ୍ଲୀରେ ୩୪୧୧, ମଧ୍ୟ ପ୍ରଦେଶରେ ୬୬୩, ପଶ୍ଚିମବଙ୍ଗରେ ୯୫୬, ଉତ୍ତର ପ୍ରଦେଶ ୯୫୫, ରାଜସ୍ଥାନ ୫୨୫, ତାମିଲନାଡୁରେ ୨୦୩୨ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି ।

Share

Leave a Reply

Your email address will not be published. Required fields are marked *

7 − four =