ନାବାଳିକାଙ୍କୁ ଦୁଷ୍କର୍ମ କଲେ ଦୁଇ ଭାଇ

କେନ୍ଦ୍ରାପଡ଼ା: ନବମ ଶ୍ରେଣୀ ଝିଅକୁ ଦୁଷ୍କର୍ମ। ଭୋଗ ଦେବାକୁ ଯାଇଥିବା ନାବାଳିକାକୁ ଟେକିନେଲେ ଦୁଇଭାଇ। ଘରେ ରଖି କଲେ ଦୁଷ୍କର୍ମ। ଏ ବିଷୟରେ କାହାକୁ କହିଲେ ଜୀବନରୁ ମାରିଦେବାକୁ ଧମକ ବି ଦେଲେ। ଆଉ ମୁହଁ ବନ୍ଦ କରି ରଖିବାକୁ ହାତରେ ଦେଇଦେଲେ ୫୦୦ ଟଙ୍କା। ଏବେ ଝିଅ ପଡିଛି ହସ୍ପିଟାଲରେ। ନାବାଳିକା ଝିଅର ଅବସ୍ଥା ଦେଖି ଗୁମୁରୀ ଗୁମୁରୀ କାନ୍ଦୁଛି ମାଆ। ଏମିତି ଏକ ଅଭାବନୀୟ ଓ ଲଜ୍ଜାଜନକ ଘଟଣା ଘଟିଛି କେନ୍ଦ୍ରାପଡା ଜିଲ୍ଲା ମହାକାଳପଡ଼ା ଥାନା ଅଞ୍ଚଳରେ।

ପିଡିତାଙ୍କ ବାପାଙ୍କ କହିବା ଅନୁଯାୟୀ, ଭୋଗ ଦେବାକୁ ଯାଇଥିବା ବେଳେ ନାବାଳିକାଙ୍କୁ ଦୁଇ ଭାଇ ଟେକି ନେଇଥିଲେ । ଦୁଇ ଭାଇ ମିଶି ଗୋଟିଏ ଘରେ ଦୁଷ୍କର୍ମ କରିଥିଲେ । ଝିଅକୁ ଖୋଜି ଖୋଜି ଯାଇଥିବା ବେଳେ ଛାତ ଉପରୁ ତଳକୁ ନାବାଳିକାଙ୍କୁ ଫୋପାଡ଼ି ଦେଇଥିଲେ ଦୁଇଭାଇ । ଧାନ ବସ୍ତା ପାଖରେ ପଡ଼ିଥିବା ନାବାଳିକା ଜଣକ ଗୁରୁତର ଆହତ ହୋଇଥିଲେ ।

ଛାତ୍ରୀଙ୍କ ବାପା ଓ ମାମୁଁ ଝିଅକୁ ଉଦ୍ଧାର କରି ମେଡିକାଲରେ ଭର୍ତି କରିଛନ୍ତି । ସେପଟେ ପିଡିତାଙ୍କ ବାପା ଓ ମାମୁଁଙ୍କୁ ମଧ୍ୟ ମାଡ଼ ମରାଯାଇଥିବା ଅଭିଯୋଗରେ ଦର୍ଶାଯାଇଛି । ଜମିବାଡ଼ି ବିବାଦକୁ କେନ୍ଦ୍ର କରି ଏଭଳି କାଣ୍ଡ ଭିଆଇଥିବା ମଧ୍ୟ ଶୁଣିବାକୁ ମିଳୁଛି । ସେପଟେ ପୋଲିସ ଘଟଣାର ଖୋଳତାଡ କରୁଛି ।

Share

Leave a Reply

Your email address will not be published. Required fields are marked *

18 + 15 =