କରୋନା କଟକଣାକୁ ଫୁ

ବୌଦ୍ଧ: କରୋନା ମହାମାରୀ ଉଗ୍ର ରୂପ ଧାରଣ କରିଛି। ପ୍ରତିଦିନ ୪୦ରୁ ଅଧିକ ଲୋକଙ୍କ ଜୀବନ ଯାଉଥିବା ବେଳେ ହଜାର ହଜାର ଲୋକେ ଆକ୍ରାନ୍ତ ହୋଇଛନ୍ତି। ଯାହାକୁ ଦେଖି ରାଜ୍ୟ ସରକାର ଲକ୍ଡାଉନ୍ ଘୋଷଣା କରିଛନ୍ତି। ହେଲେ ରାଜ୍ୟ ସରକାରଙ୍କ କଟକଣାକୁ ଫୁ’ କରି ଉଡାଇ ଦେଇଛନ୍ତି ବୌଦ୍ଧ ଜିଲ୍ଲା ଜିଲ୍ଲାର କଣ୍ଟାମାଳ ବ୍ଲକ ଉମା ପଞ୍ଚାୟତର ଲୋକମାନେ। ସବୁ କଟକଣାକୁ ଉଲ୍ଲଙ୍ଘନ କରି ଲୋକମାନେ ଗାଁ ପୋଖରୀରେ ଏକ ସଙ୍ଗେ ମାଛ ଧରୁଥିବା ଦେଖିବାକୁ ମିଳିଛି।

ଗାଁ ମୁଣ୍ଡରେ ରହିଥିବା ବିଶାଳ ପୋଖରୀରେ ଖରା କାରଣରୁ ପାଣି ଶୁଖିଯାଇଛି । ତେବେ ଏହି ପୋଖରୀକୁ କେହି ନିଲାମ ନେଇନଇଥିବା କାରଣରୁ ଲୋକେ ମନ ଇଛା ମାଛ ଧରୁଛନ୍ତି । ତେବେ ଆଜି ଏକା ସଙ୍ଗରେ ଶତାଧିକ ଲୋକ ମାଛ ଧରିବା ଲାଗି ପାଣିରେ ପଶିଛନ୍ତି । କିଏ ଜାଲ ତ ଆଉ କିଏ ମଶାରୀ ଧରିପୋଖରୀରେ ପଶିଥିବାର ଦୃଶ୍ୟ ନଜରକୁ ଆସିଥିଲା । ପ୍ରତିଦିନ କରୋନାରେ ଅନେକ ଲୋକଙ୍କ ମୃତ୍ୟୁ ହେଉଥିବା ଖବର ପ୍ରସାରଣ କରାଯାଉଥିବା ସୁଦ୍ଧା ଲୋକେ ଏତେ ଖାମଖିଆଲ ଭାବରେ ଏହି କଥାକୁ ନେବାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି ।

Share

Leave a Reply

Your email address will not be published. Required fields are marked *

4 × 3 =