ଆପତ୍ତି ଅଭିଯୋଗ ଥିଲେ ମତେ କୁହ ଡ଼ରନା

ସୁନ୍ଦରଗଡ଼()  କରୋନା ମହାମାରୀ ଯୋଗୁ ପୁରା ବିଶ୍ବ ଏବେ ଚିନ୍ତାରେ । ଦେଶ ରାଜ୍ୟ ମାନଙ୍କରେ ଲକଡାଉନ ଆଉ ସଟଡାଉନ ଚାଲିଛି । ଏଭଳି ସ୍ଥିତିରେ ସୁନ୍ଦରଗଡ଼ରେ ଯୋଗ ଦେଇଥିବା ଆଇପିଏସ୍ ଅଫିସର ସାଗରିକା ନାଥ ଲୋକଙ୍କ ଅସୁବିଧାକୁ କମ କରିବା ଲାଗି ଏକ ଭିନ୍ନ ଉପାୟ ଆଣିଛନ୍ତି । ସେ କହିଛନ୍ତି ଆପଣଙ୍କର ସମସ୍ୟା, କାହା ବିରୋଧରେ କିଛି ଅଭିଯୋଗ କରିବାର ଅଛି କି ? ଯଦି ଅଛି ସେଥିପାଇଁ ଆଦୌ ଚିନ୍ତା କରନ୍ତୁ ନାହିଁ।

ଆପଣମାନଙ୍କର ଯାହା ବି ସୂଚନା ଅଛି ପୁଲିସ କଂଟ୍ରୋଲ ରୁମ୍-ନମ୍ବର- ୦୬୬୨୨-୨୭୨୨୧୮, ମୋବାଇଲ ନମ୍ବର-୯୪୩୮୯୧୬୯୫୪ରେ ଯୋଗାଯୋଗ କରନ୍ତୁ। ପୁଲିସର ଏହି ସେବା ୨୪ ଘଂଟା ଚାଲୁ ରହିଛି।

ଅଯଥାରେ ବାହାରେ ବୁଲା ବୁଲି କରନ୍ତୁ ନାହିଁ। ଘରେ ରହୁନ୍ତୁ, ସୁରକ୍ଷିତ ରହୁନ୍ତୁ। ଅତ୍ୟନ୍ତ ଆବଶ୍ୟକ ନ ଥିଲେ ଥାନାକୁ ମଧ୍ୟ ଆସନ୍ତୁ ନାହିଁ। ସାଗରିକାଙ୍କ ଏଭଳି ଆହ୍ୱାନକୁ ନେଇ ଏବେ ଜିଲ୍ଲା ପୁଲିସ ମହଲରେ ଚର୍ଚା ଆରମ୍ଭ ହୋଇଛି।

ସୂଚନା ଅନୁସାରେ ସାଗରିକା କମିସନରେଟ ପୁଲିସରେ ଟ୍ରାଫିକ୍ ଡିସିପି ଥିଲେ। ତାଙ୍କର କାର୍ଯ୍ୟ କରିବାର ଦକ୍ଷତା ଏକ ଭିନ୍ନ ଧରଣର। ଏହା ଛଡ଼ା ସେ ଜଣେ ସାହସୀ ଅଫିସର ଭାବେ ବେଶ ପରିଚିତ।

Share

Leave a Reply

Your email address will not be published. Required fields are marked *

four × 2 =