ଭାରତରେ କୋଭିସିଲଡ଼ ଟ୍ରାଏଲ ବନ୍ଦ

ନୂଆଦିଲ୍ଲୀ () କରୋନା ଟୀକା କୋଭିସିଲଡ଼ର ସଫଳତା ନେଇ ଅନେକ ଆଶାବାଦୀ ଥିଲେ  । ଓଡ଼ିଶା ଭଳି କେତେକ ରାଜ୍ୟ ବି ଏନେଇ କମ୍ପାନୀ ସହ କଥାବାର୍ତା ବି କରିସାରିଥିଲେ  । ତେବେ ନୈରାଶ୍ୟର କଥା ହେଉଛି, କୋଭିସିଲଡ଼ର ଟୀକା ପରୀକ୍ଷଣକୁ ସ୍ଥଗିତ ରଖାଯାଇଛି  । ଅକ୍ସଫୋଡର଼୍ ବିଶ୍ୱବିଦ୍ୟାଳୟ ଦ୍ୱାରା ପ୍ରସ୍ତୁତ ଏହି ଟୀକାରେ କେତେକ ସମସ୍ୟା ଥିବା ନଜରକୁ ଆସିଛି  । ବ୍ରିଟେନର ଜଣେ ବ୍ୟକ୍ତିଙ୍କ ଠାରେ ପାଶ୍ୱର୍ ପ୍ରତିକ୍ରିୟା ପରିଲକ୍ଷିତ ହେବା ପରେ ଏହି ଟୀକାର ପରୀକ୍ଷଣ ସ୍ଥଗିତ ନେଇ ଘୋଷଣା କରାଯାଇଥିଲା  । ତେବେ ଭାରତରେ ଏହି ଟୀକା ପରୀକ୍ଷଣ କରାଯିବ ବୋଲି ସେରମ ଇନଷ୍ଟିଚୁ୍ୟଟ ପକ୍ଷରୁ ଘୋଷଣା କରାଯାଇଥିଲା  । ସେରମ ଇନଷ୍ଟିଚୁ୍ୟଟ ଏହି ଟୀକାର ମ୍ୟାନୁଫକଚରିଂ କାର୍ଯ୍ୟ ହାତକୁ ନେଇଥିଲା  । ତେବେ ସେରମ ପକ୍ଷରୁ ଏଭଳି ଘୋଷଣା ପରେ ଡ୍ରଗ୍ସ କଂଟ୍ରୋଲର ଜେନେରାଲ ଅଫ ଇଣ୍ଡିଆ ବିରକ୍ତି ପ୍ରକାଶ କରିଥିଲା  । ଏଂସକ୍ରାନ୍ତରେ କମ୍ପାନୀ ଠାରୁ ଜବାବ ତଲବ କରିଥିଲେ ଡିସିଜିଆଇ । ତେବେ ଆଜି ସେରମ ଇନଷ୍ଟିଚୁ୍ୟଟ ପକ୍ଷରୁ କୁହାଯାଇଛିଯେ, ଆମେ ଡିଜିସିଆଇଙ୍କୁ ଗାଇଡ଼ଲାଇନ ପାଳନ କରିବୁ  । ଆମେ ସ୍ଥିତିର ସମୀକ୍ଷା କରିବା ସହ ଭାରତରେ ଟୀକାର ପରୀକ୍ଷଣକୁ ସ୍ଥଗିତ ରଖିବୁ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି  ।

Share

Leave a Reply

Your email address will not be published. Required fields are marked *

nine − four =