କ୍ଷୟକ୍ଷତି ନେଇ ଜିଲ୍ଲାପାଳଙ୍କୁ  ରିପୋର୍ଟ ମାଗିଲେ ମନ୍ତ୍ରୀ

ଭୁବନେଶ୍ୱର()  ଲଘୁଚାପ ଜନିତ ଲଗାଣ ବର୍ଷା ପରେ ରାଜ୍ୟରେ ଏବେ ବନ୍ୟା ସ୍ଥିତି ଦେଖାଦେଇଛି । ତେବେ ବନ୍ୟାଜନିତ କ୍ଷୟକ୍ଷତି ନେଇ ଜିଲ୍ଲାପାଳଙ୍କୁ  ରିପୋର୍ଟ ମଗାଯାଇଥିବା ରାଜସ୍ୱ ମନ୍ତ୍ରୀ ସୁଦାମ ମାରାଣ୍ଡି  ସୂଚନା ଦେଇଛନ୍ତି ।

ସେ କହିଛନ୍ତି ଯେ, ବନ୍ୟାଜନିତ କ୍ଷୟକ୍ଷତି ରିପୋର୍ଟ ଆସିଲା ପରେ କେଉଁଠି କେତେ କ୍ଷତି ହୋଇଛି ଜଣାପଡ଼ିବ ।  ବନ୍ୟା ଯୋଗୁଁ ବିଶେଷ କ୍ଷୟକ୍ଷତି ହୋଇନାହିଁ ।  ବନ୍ୟା ମାଡ଼ିଯାଇଥିବା ଅଞ୍ଚଳବାସୀଙ୍କୁ ସ୍ଥାନାନ୍ତର କରାଯାଇଥିଲା ।  ପାଣି ଛାଡ଼ିବା ପରେ ସେମାନେ ନିଜ ନିଜ ଘରକୁ ଫେରିଛନ୍ତି ।  ଗୋଦାବରୀରେ ବନ୍ୟା ଆଶଙ୍କା ପାଇଁ  ପ୍ରଶାସନକୁ ଆଲର୍ଟ କରାଯାଇଛି ।  ଢେଙ୍କାନାଳ ଓ ମାଲକାନଗିରିରେ ବିଭିନ୍ନ ଅଞ୍ଚଳର ପ୍ରଭାବିତ ହୋଇଛି ।  ଆଗକୁ ଲଘୁଚାପ ଆଶଙ୍କା ଯୋଗୁଁ ଜିଲ୍ଲା ପ୍ରଶାସନକୁ ସଜାଗ ରଖାଯାଇଥିବା ମନ୍ତ୍ରୀ ସୁଦାମ ମାରାଣ୍ଡି ସୂଚନା ଦେଇଛନ୍ତି ।

Share

Leave a Reply

Your email address will not be published. Required fields are marked *

16 + fifteen =