ନବୀନ ନିବାସରେ ରେହମାନ, ଉଠାଇଲେ ସେଲଫି

ଭୁବନେଶ୍ବର () ହକି ବିଶ୍ବକପ ଉଦଘାଟନୀ ଉତ୍ସବ ପାଇଁ ଭୁବନେଶ୍ବରରେ ପହଁଚିଲେ ବିଶିଷ୍ଟ ବଲିଉଡ ସିଙ୍ଗର ଏ.ଆର. ରେହମାନ ।  ବିମାନବନ୍ଦରରୁ ସିଧାସଳଖ ନବୀନ ନିବାସ ଯାଇଥିଲେ । ସେଠାରେ ମୁଖ୍ୟମନ୍ତ୍ରୀଙ୍କ ସହ ମଧ୍ୟାହ୍ନ ଭୋଜନ କରି ହକି ଇଣ୍ଡିଆର ଗୀତର ରିଲିଜ କରିଥିଲେ । ଏଥିସହିତ ମୁଖ୍ୟମନ୍ତ୍ରୀଙ୍କ ସହ ସେଲଫି ମଧ୍ୟ ଉଠାଇଥିଲେ ରେହମାନ । ପରେ ଗଣମାଧ୍ୟମକୁ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ରେହମାନଙ୍କ ଉପସ୍ଥିତି ହକି ବିଶ୍ବକପ ଉଦଘାଟନୀ ସନ୍ଧ୍ୟାକୁ ବେଶ ରଙ୍ଗୀନ କରିବ । ତାଙ୍କର ବହୁ ଫ୍ୟାନ ତାଙ୍କୁ ଅନେଇ ବସିଛନ୍ତି । ସେ କଟକ ଓ ଭୁବନେଶ୍ବରରେ ଦୁଇଟି କାର୍ଯ୍ୟକ୍ରମରେ ଯୋଗ ଦେବେ ।

ସେହିଭଳି ରେହମାନ କହିଛନ୍ତି ଯେ, ଏହି ସଙ୍ଗୀତକୁ ପ୍ରସ୍ତୁତ କରିବାକୁ 3ମାସ ସମୟ ଲାଗିଛି । ଓଡିଶାର ବିଭିନ୍ନ ସ୍ଥାନରେ ଏହାର ସୁଟିଂ ମଧ୍ୟ ହୋଇଛି । ଏହି ସଙ୍ଗୀତକୁ ଲେଖିଛନ୍ତି ଗୁଲଜାର ସାହେବ । ସେ ମଧ୍ୟ ବିଶ୍ବକପ ହକିର ପ୍ରଚାର ପ୍ରସାର ପାଇଁ ବେଶ ଉତ୍ସାହିତ ଥିବା କହିଛନ୍ତି ।

Share

Leave a Reply

Your email address will not be published. Required fields are marked *

eighteen + 13 =