ଦାମଙ୍କର ବହୁ ଆଡମ୍ବରେ ଲଘୁକ୍ରିୟା

ବିଜେଡିରୁ ବହିଷ୍କୃତ ନେତା ତଥା ପୁର୍ବତନ ମନ୍ତ୍ରୀ ଡାକ୍ତର ଦାମୋଦର ରାଉତ ଶେଷରେ ନିଜର ନୂଆ ଦଳ ଗଠନ କରିଛନ୍ତି । ଆଜି ଏଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ଡାକ୍ତର ରାଉତ ଏହି ଘୋଷଣା କରିଛନ୍ତି । ଏହି ଦଳର ନାଁ ବିଜୁ ସମତା କ୍ରାନ୍ତି ଦଳ ରଖାଯାଇଛି । ଏହି ସାମ୍ବାଦିକ ସମ୍ମିଳନୀ ଡାକ୍ତର ରାଉତ ସହିତ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ବ୍ରଜକିଶୋର ତ୍ରିପାଠି ଓ ଯଂଗେଶ୍ୱର ବାବୁ କେବଳ ଉପସ୍ଥିତ ଥିଲେ । ପୂର୍ବରୁ ଦାମଙ୍କ ଏହି ଦଳରେ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା, ବିଜୟ ମହାପାତ୍ର ପ୍ରଫୁଲ୍ଲଚନ୍ଦ୍ର ଘଡାଇ ପ୍ରମୁଖ ଯୋଗଦେବେ ବୋଲି ଘୋଷଣା କରିଥିଲେ ମଧ୍ୟ ଏଠାରେ ସେମାନଙ୍କୁ ଦେଖିବାକୁ ମିଳିନଥିଲା ।

Share

Leave a Reply

Your email address will not be published. Required fields are marked *

10 − two =