କର୍ଣ୍ଣାଟକରେ ଟମାଟୋ ଫ୍ଲୁ ଆତଙ୍କ

କର୍ଣ୍ଣାଟକରେ ଟମାଟୋ ଫ୍ଲୁ ଆତଙ୍କ । ଗତ କିଛି ଦିନ ଧରି କର୍ଣ୍ଣାଟକରେ ଏହି ରୋଗ ଦେଖାଦେଇଛି । ପୂର୍ବରୁ ତାମିଲନାଡୁ ଏବଂ କେରଳରେ ଏହି ରୋଗ ଦେଖା ଦେଇଥିଲା । ଏହି ସଙ୍କ୍ରାମକ ରୋଗ ବ୍ୟାପୁଥିବାରୁ କର୍ଣ୍ଣାଟକରେ ହାଇଆଲର୍ଟ ଜାରି କରାଯାଇଛି । ବିଶେଷକରି କେରଳରୁ ଆସିଥିବା ବ୍ୟକ୍ତିମାନଙ୍କ ଉପରେ ନଜର ରଖାଯାଇଛି । ଟମାଟୋ ଫ୍ଲୁ ରୋଗର ଗାଢ ଲାଲ ରଙ୍ଗର ଦାଗ ସହ ଚର୍ମ କୁଣ୍ଡାଇ ହୋଇଥାଏ । ଏଥିସହ ତରଳ ଝାଡା ହୋଇଥାଏ । ୫ ବର୍ଷରୁ କମ ଶିଶୁ ଏହି ଟମାଟୋ ଫ୍ଲୁ ରେ ଆକ୍ରାନ୍ତ ହୋଇଥିବା ସୂଚନା ମିଳୁଛି । ଟମାଟୋ ଫ୍ଲୁ ରୋଗର ଟମାଟୋ ସହ କୌଣସି ସମ୍ପର୍କ ନାହିଁ । ଆକ୍ରାନ୍ତମାନଙ୍କ ଠାରେ ଦେଖାଦେଇଥିବା ଲକ୍ଷଣ ଟମାଟୋ ପରି ଦେଖାଯାଉଥିବାରୁ ଏହାର ନାଁ ଟମାଟୋ ଫ୍ଲୁ ରଖାଯାଇଛି ।

Share

Leave a Reply

Your email address will not be published. Required fields are marked *

ten + four =