ଗଂଜାମରେ 300 କୋଟି ଟଙ୍କାର ପ୍ରକଳ୍ପ ପାଇଁ ଭିତ୍ତିପ୍ରସ୍ତର

ବ୍ରହ୍ମପୁର () ଗଂଜାମ ଜିଲ୍ଲା କୋନିସି ନିକଟରେ ପାଲୁର ହିଲ୍ସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜୁ ପଟ୍ଟନାୟକ ଆଦର୍ଶ ବିଦ୍ୟାଳୟର ଉଦଘାଟନ କରିଛନ୍ତି । ଏହି ଆଦର୍ଶ ବିଦ୍ୟାଳୟ ସ୍ଥାନୀୟ ଅଂଚଳର 1500 ଅନୁସୂଚିତ ଜାତି ଓ ଜନଜାତୀ ଛାତ୍ରଛାତ୍ରୀଙ୍କୁ ଶିକ୍ଷାଦାନ କରାଯିବ ।

ଏହି ଆବାସିକ ବିଦ୍ୟାଳୟଟି 7.65 ଏକର ଜମିରେ ନିର୍ମିତ ହୋଇଥିବା ବେଳେ ଏଥିରେ ଗୋଟିଏ ଏକାଡେମିକ ବିଲଡିଂ ରହିଥିବା ବେଳେ ଉଭୟ ଛାତ୍ର ଓ ଛାତ୍ରୀଙ୍କ ପାଇଁ ହସଟେଲ ଓ ଷ୍ଟାଫ କ୍ବାଟର ରହିଛି । ଏହି ଆବାସିକ ବିଦ୍ୟାଳୟଟି 45 କୋଟି ବ୍ୟୟରେ ନିର୍ମାଣ କରାଯାଇଛି ।

ଏହି ବିଦ୍ୟାଳୟରେ ଷ୍ଟାଣ୍ଡାର୍ଡ 6ରୁ ଦ୍ବାଦଶ ପର୍ଯ୍ୟନ୍ତ ଅନୁସୂଚିତ ଜାତି ଓ ଜନଜାତୀ ଛାତ୍ରଛାତ୍ରୀଙ୍କୁ ଇଂରାଜୀ ମିଡିୟମ ପାଠ ପଢାଯିବ । ଏଥିସହିତ ମୁଖ୍ୟମନ୍ତ୍ରୀ 300 କୋଟି ଟଙ୍କାର ଅନ୍ୟାନ ପ୍ରକଳ୍ପ ପାଇଁ ମଧ୍ୟ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ।

Share

Leave a Reply

Your email address will not be published. Required fields are marked *

4 × one =