ଦୟା ଦଦୀ କୂଳରୁ ଭଙ୍ଗା ଏଟିଏମ୍ ଉଦ୍ଧାର, ଟଙ୍କା ଲୁଟି ଫିଙ୍ଗିଦେଇ ଚାଲିଗଲେ ଦୁର୍ବୃତ୍ତ

ଦୟା ନଦୀ କୂଳରୁ ମିଳିଲା ଲୁଟ୍‌ ATM ମେସିନ । ଘଟଣାସ୍ଥଳରୁ ଲୁଟ୍‌ରେ ବ୍ୟବହୃତ ପିକଅପ ଭ୍ୟାନ୍‌ ମଧ୍ୟ ଜବତ କରାଯାଇଥିବା ଭୁବନେଶ୍ୱର DCP ସୂଚନା ଦେଇଛନ୍ତି । ଭଙ୍ଗା ଏଟିଏମ ମେସିନ୍‌ ମିଳିଥିବା ବେଳେ ATMରୁ ୨୩ ଲକ୍ଷ ଟଙ୍କା ଗାଏବ ହୋଇଯାଇଛି। ଏହି ଲୁଟ୍‌ ଘଟଣାରେ ୩ରୁ ଅଧିକ ପେଶାଦାର ଅପରାଧୀ ସଂପୃକ୍ତ । ଚୋରା ଗାଡ଼ିରେ ଲୁଟେ ପାଇଁ ଆସିିଥିଲେ । ଆଗରୁ ରେକି କରିଥିଲେ । ଆଖପାଖ ଅଞ୍ଚଳରୁ ଭ୍ୟାନ ଲୁଟିଥିଲେ ।

ସ୍ୱତନ୍ତ୍ର ଟିମ୍‌ ଗଠନ ହୋଇ ଘଟଣାର ତଦନ୍ତ ଚାଲିଛି ବୋଲି ଡିସିପି କହିଛନ୍ତି । ଗତକାଲି ବିଳମ୍ବିତ ରାତିରେ ଭୁବନେଶ୍ୱର ଉପକଣ୍ଠ ଲିଙ୍ଗିପୁର ଇନ୍ଦିରା ହାଉସିଂ କଲୋନୀରେ ଥିବା ଏସବିଆଇ ଏଟିଏମ୍‌ ଲୁଟ୍‌ ନେଇଥିଲେ ଦୁର୍ବୃତ୍ତ । ମେସିନ୍‌ର ଓଜନ ୩ କ୍ୱିଣ୍ଟାଲରୁ ଅଧିକ ହେବ ବୋଲି ଜଣାପଡିଛି। ଆଜି ଭଙ୍ଗା ATM ମିଳିଥିବା ବେଳେ ଲୁଟେରାଙ୍କୁ ଖୋଜୁଛି ପୋଲିସ

 
Share

Leave a Reply

Your email address will not be published. Required fields are marked *

eleven + five =