କୋରେଇ ଟ୍ରେନ ଦୁର୍ଘଟଣା :ବାତିଲ ହେଲା ୮ଟ୍ରେନ,୫ଟି ଟ୍ରେନକୁ ଆଂଶିକ ବାତିଲ

କୋରେଇ ଟ୍ରେନ ଦୁର୍ଘଟଣା ପରେ ବାତିଲ ହେଲା୮ ଟ୍ରେନ । ସୂଚନାମୁତାବକ ବର୍ତ୍ତମାନ ୮ ଟି ଟେନକୁ ବାତିଲ କରାଯାଇଛି । ଏହା ସହିତ ୫ଟି ଟ୍ରେନକୁ ଆଂଶିକ ଭାବେ ବାତିଲ କରାଯାଇଛି । ଏକ୍ସପ୍ରେସ ସହ ପ୍ୟାସେଞ୍ଜର ଟ୍ରେନ ମଧ୍ୟ ବାତିଲ କରାଯାଇଛି । ଏହା ସହିତ ୧୨ଟି ଟ୍ରେନର ମାର୍ଗ ପରିବର୍ତ୍ତନ କରାଯାଇଛି । ଇଷ୍ଟକୋଷ୍ଟ ରେଲୱେ ଚିପ ପିଆରଓ ବିଶ୍ୱଜିତ ସାହୁ ଏହି ସୂଚନା ଦେଇଛନ୍ତି ।

ମିଳିଥିବା ସୂଚନା ଅନୁସାରେ ଦୀର୍ଘ ୧୨ ଘଣ୍ଟା ଧରି ଉଦ୍ଧାର କାର୍ଯ୍ୟ ଚାଲିବ । ଟ୍ରେନ ଦୁର୍ଘଟଣା ପରେ ଟ୍ରେନ ବାତିଲ କରିବା ନେଇ ସୂଚନା ଦିଆଯାଇଛି ।

ସୂଚନା ଅନୁଯାୟୀ ଯାଜପୁର ଜିଲ୍ଲା କୋରେଇ ଷ୍ଟେସନରେ ଏକ ଟ୍ରେନ୍ ଦୁର୍ଘଟଣା ଗ୍ରସ୍ତ ହୋଇଛି । ଫଳରେ ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଲୋକ ଆହତ ହୋଇଥିବା ଜଣାପଡିଛି । ତେବେ କୌଣସି କାରଣରୁ ଏକ ମାଲବାହୀ ଟ୍ରେନ ଲାଇନ୍ ଚ୍ୟୁତ ହୋଇଯାବା କାରଣରୁ କୋରେଇ ଷ୍ଟେସନରେ ଯାତ୍ରୀବାହୀ ବିଶ୍ରାମଗାର ଆଡକୁ ମାଡିଯାଇଥିଲା । ଫଳରେ ସେଠାରେ ଥିବା ୩ ଜଣ ଯାତ୍ରୀଙ୍କର ମୃତ୍ୟୁ ହୋଇଛି ।

ମିଳିଥିବା ସୂଚନା ଅନୁଯାୟୀ,ଏକ ମାଲବାହୀ ଟ୍ରେନ ଭଦ୍ରକରୁ କଟକ ଅଭିମୁଖେ ଯାତ୍ରା କରୁଥିଲା । କିନ୍ତୁ ଟ୍ରେନଟି ଯାଜପୁର ଜିଲ୍ଲା କୋରେଇ ଷ୍ଟେନରେ ହଠାତ୍ ଲାଇନଚ୍ୟୁତ ହୋଇଯାଇଥିଲା । ତେବେ ଟ୍ରେନର ୧୦ ବଗି ଲାଇନଚ୍ୟୁତ ହୋଇଥିବା ଜଣା ପଡିଛି । ସେଥିମଧ୍ୟରୁ ୩ ରୁ ୪ ଟି ବଗି ଯାତ୍ରୀ ବିଶ୍ରାମଗାର ଏବଂ ଟିକେଟ କାଉଣ୍ଟର ଉପରକୁ ମଡି ଯାଇ ଓଲଟି ପଡିଥିଲା । ଫଳରେ ବଗି ତଳେ ଅନେକ ଲୋକ ଚାପି ହୋଇ ରହିଥିବା ବେଳେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଏତତ୍ ବ୍ୟତୀତ ଷ୍ଟେସନରେ ଥିବା ଅନେକ ଯାତ୍ରୀ ଆହତ ହୋଇଥିବା ମଧ୍ୟ ଜଣା ପଡିଛି ।

ତେବେ ଏହି ଘଟଣାର ଖବର ପାଇ ନିକଟସ୍ଥ ପୋଲିସ ଏବଂ ଅଗ୍ନିଶମ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚଛନ୍ତି । ଏଥିସହିତ ଉଦ୍ଧାର କାର୍ଯ୍ୟ ଜାରୀ ରଖିଛନ୍ତି । ତେବେ ଏହି ମାଲବାହୀ ଟ୍ରେନଟି କେଉଁ  କାରଣରୁ ଲାଇନ୍ ଚ୍ୟୁତ ହୋଇଛି ତାହା ବର୍ତ୍ତମାନ ପର୍ଯ୍ୟନ୍ତ ଜଣାପଡି ନାହିଁ ।

Share

Leave a Reply

Your email address will not be published. Required fields are marked *

7 − 1 =