ସାଧାରଣ ନିର୍ବାଚନ ୪ ସପ୍ତାହ ପାଇଁ ସ୍ଥଗିତ

ପୁଣି କରୋନା ଭାଇରସ ମାମଲା ସାମ୍ନାକୁ ଆସିବା ପରେ ସାଧାରଣ ନିର୍ବାଚନ ମାସେ ପାଇଁ ସ୍ଥଗିତ ରଖିଛନ୍ତି ନ୍ୟୁଜିଲାଣ୍ଡ ପ୍ରଧାନମନ୍ତ୍ରୀ ଜେସିଣ୍ଡା ଅର୍ଡର୍ନ ।

୧୦୦ ଦିନ ଯାଏଁ ନ୍ୟୁଜିଲାଣ୍ଡରେ ଗୋଟିଏ ବି କରୋନା ମାମଲା ସାମ୍ନାକୁ ଆସିନଥିଲା | କିନ୍ତୁ ୧୦୨ ଦିନ ହେବ ପରେ ନ୍ୟୁଜିଲାଣ୍ଡରେ ପୁଣି କରୋନା ମାମଲା ସାମ୍ନାକୁ ଆସିଥିଲା | ୩ ଦିନ ପୂର୍ବରୁ ଅକଲ୍ୟାଣ୍ଡର ଏକ ଅଞ୍ଚଳରୁ ୪୯ ସଂକ୍ରମଣ ମାମଲା ସାମ୍ନାକୁ ଆସିଛି | ଏହାପରେ ଏହି ଅଞ୍ଚଳରେ ଶକ୍ତ ଲକଡାଉନ ଲାଗୁ କରାଯାଇଛି |

ଜେସିଣ୍ଡା ଅର୍ଡର୍ନ ସେପ୍ଟେମ୍ବର ୧୯ ତାରିଖରେ ହେବାକୁ ଥିବା ସାଧାରଣ ନିର୍ବାଚନକୁ ୪ ସପ୍ତାହ ପାଇଁ ସ୍ଥଗିତ ରଖିଛନ୍ତି | ପ୍ରାପ୍ତ ସୂଚନା ଅନୁଯାୟୀ ନିର୍ବାଚନ ଅକ୍ଟୋବର ୧୭ ତାରିଖରେ ହେବ | ପ୍ରଧାନମନ୍ତ୍ରୀ କହିଛନ୍ତି ୨୫ ହଜାର ନିର୍ବାଚନ କର୍ମୀଙ୍କୁ ସୁରକ୍ଷିତ ରଖିବା ସବୁଠାରୁ ବଡ ଚ୍ୟାଲେଞ୍ଜ | ନିର୍ବାଚନକୁ ଆଉ ଆଗକୁ ବଢାଯିବନାହିଁ ବୋଲି ସେ କହିଛନ୍ତି | ନିର୍ବାଚନକୁ ଆହୁରି ସ୍ଥଗିତ ରଖିଲେ କୋଭିଡ ଭୟ ଟାଳିବନାହିଁ ବୋଲି ସେ କହିଛନ୍ତି | ସେଥିପାଇଁ ଦେଶରେ ସଂକ୍ରମଣ ଦ୍ୱିତୀୟ କିମ୍ବା ତୃତୀୟ ଲେଭଲ ଯାଏଁ ବି ଯଦି ପହଞ୍ଚେ ତାହେଲେ ପୁରା ପ୍ରସ୍ତୁତି ସହିତ ନିର୍ବାଚନ କରିବାକୁ ନିର୍ବାଚନ ଆୟୋଗ ନିଷ୍ପତ୍ତି ନେଇଛନ୍ତି |

Share

Leave a Reply

Your email address will not be published. Required fields are marked *

19 − 16 =