ଜବତ ହେଲା ୫୫ ଲକ୍ଷ ଟଙ୍କାର ବ୍ରାଉନସୁଗାର

ଭୁବନେଶ୍ୱର: ଲକଡାଉନ ଏବଂ ସଟଡାଉନରେ ମାତିଛନ୍ତି ନିଶାଡି । ବଢ଼ୁଛି ନିଶାକାରବାର । ତେବେ କମିଶନରେଟ ପୋଲିସ ପଞ୍ଝାରେ ପଡିଛି ଏକ ବଡ଼ ବ୍ୟବସାୟୀ । ସହୀଦନଗର ଥାନା କେସୁରା ଅଞ୍ଚଳରୁ ଜଣଙ୍କ ଘରୁ ୫୫ ଗ୍ରାମ ବ୍ରାଉନସୁଗାର ସହ ନଗର ୩୩ ଲକ୍ଷ ୮୦ ହଜାର ଟଙ୍କା ମିଳିଛି । ପୋଲିସ ଏସବୁ ଜବତ କରିଥିବା ସୂଚନା ମିଳିଛି । ଜବତ ବ୍ରାଉନସୁଗାରର ମୂଲ୍ୟ ୫୫ ଲକ୍ଷ ଟଙ୍କା । ପୋଲିସର ତନାଘନା ଜାରି ରହିଛି । ଟୁଇନସିଟି ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ଏନେଇ ସୂଚନା ଦେଇଛନ୍ତି । ତେବେ ଏହି ଘଟଣାରେ ଜଣେ ଯୁବକଙ୍କୁ ଗିରଫ କରାଯାଇଥିବା ମଧ୍ୟ କୁହାଯାଉଛି ।

Share

Leave a Reply

Your email address will not be published. Required fields are marked *

fifteen − 3 =