କୋଭିଡ କଟକଣା ପାଇଁ ଚାଳକ ସାଜିଲେ 5T ସଚିବ

ଭୁବନେଶ୍ୱର () ରାଜ୍ୟ ସ୍ତରୀୟ ୭୪ ତମ ସ୍ବାଧୀନତା ଦିବସ ପାଳନ ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଟକଣା ମଧ୍ୟରେ ପ୍ରଦର୍ଶନୀ ପଡିଆରେ ପତାକା ଉତ୍ତୋଳନ କରି ରାଜ୍ୟବାସୀଙ୍କୁ ସମ୍ବୋଧିତ କରିଛନ୍ତି । ଏସବୁ ଭିତରେ ଆଜି ସମସ୍ତଙ୍କୁ ଚକିତ କରିଦେଲା ଭଳି ଦୃଶ୍ୟ ଦେଖିବାକୁ ମିଳିଛି । ତାହା ହେଉଛି ନବୀନଙ୍କ ରଥରେ ସାରଥୀ ସାଜିଲେ ଫାଇଭ ଟି ସଚିବ ତଥା ତାଙ୍କ ବ୍ୟକ୍ତିଗତ ସଚିବ ଭି.କେ. ପାଣ୍ଡିଆନ ।

ଆଜି ରାଜ୍ୟ ସ୍ତରୀୟ ପବିତ୍ର ସ୍ୱାଧୀନତା ଦିବସର ପ୍ୟାରେଡ଼ରେ ଅଭିବାଦନ ଗ୍ରହଣ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ୱର ସ୍ଥିତ ପ୍ରଦର୍ଶନୀ ପଡିଆକୁ ଆସିଥିଲେ। ଏହି ସମୟରେ ଦେଖିବାକୁ ମିଳିଥିଲା ଏହି ବିରଳ ଦୃଶ୍ୟ। ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି. କେ.ପାଣ୍ଡିଆନ ନିଜେ ଗାଡି ଚଳାଇ ମୁଖ୍ୟମନ୍ତ୍ରୀଙ୍କୁ ନବୀନ ନିବାସରୁ ପ୍ୟାରେଡ଼ ଗ୍ରାଉଣ୍ଡକୁ ଆଣିଥିଲେ। କାର୍ଯ୍ୟକ୍ରମ ସରିବା ପରେ ପାଣ୍ଡିଆନ ନିଜେ ପୁଣି ଥରେ ମୁଖ୍ୟମନ୍ତ୍ରୀଙ୍କୁ କାରରେ ନେଇ ନବୀନ ନିବାସ ଛାଡିଥିଲେ ।

ଏହି ସମୟର ଦୃଶ୍ୟକୁ ଦଳର ସୋସିଆଲ ମିଡ଼ିଆ କାର୍ଯ୍ୟ ବୁଝୁଥିବା ପ୍ରସଂଜିତ ପତି ନିଜର ସୋସିଆଲ ମିଡ଼ିଆରେ ଅପଲୋଡ କରିବା ପରେ ବେଶ ଭାଇରାଲ ହେବାରେ ଲାଗିଛି। ସେ ମଧ୍ୟ କହିଛନ୍ତି ହୃଦୟକୁ ଛୁଇଁଲା ଭଳି ଦୃଶ୍ୟ, ଉଭୟଙ୍କ ମଧ୍ୟରେ ଥିବା ଭଲପାଇବା, ସମ୍ମାନ ଉଭୟଙ୍କ ଭିତରେ ନିବିଡ଼ତା ଙ୍କୁ ଦର୍ଶାଉଛି। ଏହିଭଳି ନିବିଡ଼ତା ପାଇଁ ଓଡ଼ିଶା ପ୍ରତ୍ୟକ କାର୍ଯ୍ୟ ସଫଳତାର ସହ ସମ୍ପାଦନ କରିପାରୁଛି।

କୋଭିଡ କଟକଣା କହୁଛି ଗୋଟିଏ ଚାରି ଚକିଆ ଯାନରେ ଚାରି ଜଣରୁ ଅଧିକ ବସି ପାରିବେ ନାହିଁ । ତା ଠାରୁ କମ ହେଲେ ଆହୁରି ଭଲ । ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କ କାରକୁ ନିଜେ ୫ଟି ସଚିବ ଚଲାଇଥିଲେ । ଆଉ ମୁଖ୍ୟମନ୍ତ୍ରୀ ଆଗ ସିଟରେ ବସିଥିଲେ । କୌଣସି ସୁରକ୍ଷା କର୍ମୀ ପଛ ସିଟରେ ବସି ନଥିଲେ । ଏପରିକି ନିଜେ ୫ଟି ସଚିବ ମାସ୍କ ପିନ୍ଧି ସାମାଜିକ ଦୂରତା ଓ କୋଭିଡ ସଚେତନତାର ବାର୍ତ୍ତା ଦେଇଥିଲେ ।

Share

Leave a Reply

Your email address will not be published. Required fields are marked *

sixteen − one =