ରଘୁନାଥ ମହାପାତ୍ରଙ୍କ ବଡ଼ ପୁଅ ଯଶୋବନ୍ତ ମହାପାତ୍ରଙ୍କ ପରଲୋକ

ଭୁବନେଶ୍ୱର: ପ୍ରଥମେ ବାପା ପରେ ସାନ ପୁଅ ଆଉ ଆଜି ବଡ଼ ପୁଅଙ୍କର ବି ଦେହାନ୍ତ ହୋଇଛି । ମେ ୯ ତାରିଖରେ କରୋନାରେ ଆଖି ବୁଜିଥିଲେ ରାଜ୍ୟସଭା ସାଂସଦ ତଥା ବିଶିଷ୍ଟ ଭାସ୍କର୍ଯ୍ୟ ଶିଳ୍ପୀ ପଦ୍ମ ବିଭୂଷଣ ରଘୁନାଥ ମହାପାତ୍ର। ଆଉ ୧୦ ଦିନ ପରେ ଅର୍ଥାତ୍ ଗତକାଲି ତାଙ୍କ ସାନ ପୁଅ ତଥା ପୂର୍ବତନ ରଣଜୀ କ୍ରିକେଟର ଏବଂ ବିସିସିଆଇ ରେଫରୀ ପ୍ରଶାନ୍ତ ମହାପାତ୍ରଙ୍କର ପରଲୋକ ହୋଇଥିଲା।ଏବଂ ଆଜି କରୋନାରେ ଆଖି ବୁଜିଛନ୍ତି ରଘୁନାଥ ମହାପାତ୍ରଙ୍କ ବଡ଼ ପୁଅ ଯଶୋବନ୍ତ ମହାପାତ୍ର । ଭୁବନେଶ୍ୱର ସମ୍ ରେ ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୫୨ ବର୍ଷ ହୋଇଥିଲା। କରୋନାରେ ଗୁରୁତର ଅବସ୍ଥାରେ ସମ୍ ରେ ଚିକିତ୍ସିତ ହେଉଥିଲେ ଯଶୋବନ୍ତ ମହାପାତ୍ର ।

Share

Leave a Reply

Your email address will not be published. Required fields are marked *

four × four =