ସଲମାନ୍‌ ଗାଇଲେ’ମାନିକେ ମାଗେ ହିତେ’

ମୁମ୍ବାଇ: ଇଣ୍ଟରନେଟ୍‌ ସେନ୍‌ସେସନ ପାଲଟିଛି ଗୀତ ‘ମାନିକେ ମାଗେ ହିତେ’। ବିଗ୍‌ ବସ୍‌ ୧୫’ର ପ୍ରଥମ ଓ୍ବିକେଣ୍ଡ୍‌ କା ବାର ଏପିସୋଡରେ ମାନିକେ ମାଗେ ହିତେ ‘ଗାୟକ ୟୋହାନି ଦିଲେକା ଦେ ସିଲ୍‌ଭା ନବରାତ୍ରୀ ସ୍ପେଶାଲ୍‌ରେ ସ୍ବତନ୍ତ୍ର ଅତିଥି ହେବାକୁ ଯାଉଛନ୍ତି। ଚର୍ଚ୍ଚାରେ ଥିବା ଏହି ଗୀତକୁ ଏବେ ସମସ୍ତଙ୍କ ମୁହଁରେ ଶୁଣିବାକୁ ମିଳୁଛି।

ନିକଟରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ସେହି ଭିଡିଓରେ ବଲିଉଡର ଭାଇଜାନ ସଲମାନ ଖାନ୍‌ ଥିବା ନଜର ଆସୁଛନ୍ତି। ୟୋହାନି ସଲମାନଙ୍କ ସହ ବିଗ୍‌ବସ୍‌ ମଞ୍ଚରେ ଯୋଗ ଦେଇଥିଲେ। ‘ମାନିକେ ମାଗେ ହିତେ’ଗୀତ ଗାଇବାକୁ ୟୋହାନି ସଲମାନ୍‌ଙ୍କୁ କହିଥିଲେ।
ସଲମାନଙ୍କ ମଧ୍ୟ ଗୀତଟିକୁ ନିଜ ମୁତାବକ ଗାଇଥିଲେ। ଏହାଶୁଣି ୟୋହାନି ମଧ୍ୟ ହସିଥିଲେ। ଏହାର ଭିଡିଓ ଏବେ ସୋସିଆଲ ମିଡ଼ିିଆରେ ଭାଇରାଲ ହେବାରେ ଲାଗିଛି।

Share

Leave a Reply

Your email address will not be published. Required fields are marked *

five × 2 =