କଲେଜ ସ୍ତରରେ ଛାତ୍ରଙ୍କୁ ଘାରୁଛି ରାଗିଂ ଚିନ୍ତା

ଓଡିଶାରେ ୫ବର୍ଷରେ ୨୦୭ଟି ମାମଲା

ଭୁବନେଶ୍ବର, 12/06 (ନିପ୍ର): ଚଳିତ ବର୍ଷ ଗତ ମଇ ୧୭ତାରିଖରେ କୋଲକାତାର ସେଣ୍ଟ ପଲସ କଲେଜରେ ଜଣେ ନବାଗତ ଛାତ୍ରକୁ ରାଗିଂ କରାଯିବାରୁ ସେ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିବା ଗତ ୨ତାରିଖରେ ଖବର ଆସିଥିଲା । ବିଗତ ପାଞ୍ଚ ବର୍ଷ ୨୦୧୩-୨୦୧୭ ମଧ୍ୟରେ ୩୦୨୨ଟି ରାଗିଂ ମାମଲା ବିଶ୍ବବିଦ୍ୟାଳୟ ଅନୁଦାନ କମିଶନ (ୟୁଜିସି)ଙ୍କ ନିକଟରେ ପହଞ୍ଚିଛି । ୨୦୧୩ରୁ ୨୦୧୭ ମଧ୍ୟରେ ଦେଶରେ ରାଗିଂ ମାମଲା ୪୧% ବୃଦ୍ଧି ପାଇଛି । ୨୦୧୩ରେ ଦେଶରେ ୬୪୦ଟି ମାମଲା ରୁଜୁ ହୋଇଥିଲବେଳେ ୨୦୧୪ରେ ୫୪୩ଟି, ୨୦୧୫ରେ ୪୨୩ଟି, ୨୦୧୬ଟି ୫୧୫ଟି ଓ ୨୦୧୭ରେ ୯୦୧ଟି ମାମଲା ରୁଜୁ ହୋଇଛି ।

ଦେଶର ଉତ୍ତରପ୍ରଦେଶରେ ଏହି ୫ବର୍ଷ ମଧ୍ୟରେ ସର୍ବାଧିକ ୧୫% ଅର୍ଥାତ୍‍ ୪୬୧ଟି ମାମଲା ରୁଜୁ ହୋଇଥିବା ବେଳେ ମଧ୍ୟପ୍ରଦେଶରେ ୩୫୭ଟି, ପଶ୍ଚିମବଙ୍ଗରେ ୩୩୭ଟି ରାଗିଂ ମାମଲା ରୁଜୁ ହୋଇଛି । ରାଗିଂ ମାମଲାରେ ଓଡିଶା ପଛରେ ନାହିଁ । ବିଗତ ୫ବର୍ଷ ମଧ୍ୟରେ ୨୦୭ଟି ମାମଲା ରାଗିଂ ମାମଲା ରୁଜୁ ହୋଇଛି । ୨୦୧୩ରେ ୭୧ଟି ୨୦୧୪ରେ ୩୨ଟି, ୨୦୧୫ରେ ୩୦ଟି, ୨୦୧୬ରେ ୨୮ଟି ଓ ୨୦୧୭ରେ ୪୬ଟି ରାଗିଂ ମାମଲା ରୁଜୁ ହୋଇଛି ।

୨୦୧୫ ଜାନୁଆରୀ ପହିଲାରୁ ୨୦୧୮ ମାର୍ଚ୍ଚ ୨୭ ମଧ୍ୟରେ ୨୦୪୧ଟି ରାଗିଂ ଅଭିଯୋଗ ହୋଇଛି । ୮୭୧ଟି ମାମଲାରେ ଦୋଷୀ ଛାତ୍ରଙ୍କୁ ଦଣ୍ଡ ମିଳିଥିବାବେଳେ  ୩୩୮ଟି ମାମଲାରେ ଦୋଷୀ ଛାତ୍ରଙ୍କୁ ସସପେଣ୍ଡ କରାଯାଇଛି ବୋଲି ମାନବ ସମ୍ବଳ ମନ୍ତ୍ରୀ ସତ୍ୟପାଲ ସିଂ ଲୋକସଭାରେ କହିଛନ୍ତି । ରାଗିଂ କରୁଥିବା ଛାତ୍ରମାନଙ୍କୁ ବିଭିନ୍ନ ପ୍ରକାରର ଦଣ୍ଡବିଧାନର ବ୍ୟବସ୍ଥା ୨୦୦୯ରେ ହୋଇଛି, କିନ୍ତୁ ଏହା ବନ୍ଦ ହେବାର ନାଁ ଧରୁନାହିଁ । ରାଗିଂ ଅଭିଯୋଗରେ ଗତ ବର୍ଷ କାନପୁର ଆଇଆଇଟିରୁ ୨୨ଜଣ ଛାତ୍ରଙ୍କୁ ନିଲମ୍ବିତ କରାଯାଇଥିଲା । ଭୁବନେଶ୍ୱର ଆଇଆଇଟିରେ ରାଗିଂ ମାମଲାରେ ୨ଜଣ ଛାତ୍ରଙ୍କୁ ଗିରଫ କରାଯାଇଥିଲା ।

ସୁପ୍ରିମକୋର୍ଟ ଦ୍ବାରା ଯେଉଁ ୪୦% ଛାତ୍ରମାନଙ୍କରୁ ମନୋବୈଜ୍ଞାନିକ ପରୀକ୍ଷା କରାଯାଥିଲା ସେମାନଙ୍କ ମଧ୍ୟରୁ ୩୩% ଛାତ୍ରଙ୍କ ମତରେ ରାଗିଂ ସେମାନଙ୍କୁ ଖୁସି ଦେଇଥାଏ । ୪୫% ଛାତ୍ରଙ୍କ ମତରେ ସେମାନେ ପ୍ରଥମେ ଏହାକୁ ଖରାପ ଭାବୁଥିଲେ ହେଁ ପରେ ଏହାକୁ ଠିକ ବୋଲି ବର୍ଣ୍ଣନା କରିଛନ୍ତି । ୩୬% ଛାତ୍ରଙ୍କ ମତରେ ରାଗିଂ ଦ୍ବାରା ସେମାନେ ପୃଥିବୀର ଯେ କୌଣସି ପରିସ୍ଥିତି ସମ୍ମୁଖୀନ ହେବାକୁ ଶକ୍ତି ପାଇଥାନ୍ତି ।

Share

Leave a Reply

Your email address will not be published. Required fields are marked *

9 − four =