ଲୋକସଭାରୁ ଇସ୍ତଫା ଦେଲେ ବୈଜୟନ୍ତ

ଭୁବନେଶ୍ୱର () ଲୋକସଭା ସାଂସଦ ପଦରୁ ବୈଜୟନ୍ତ ପଣ୍ଡା ଇସ୍ତଫା ଦେଇଛନ୍ତି । ନିଜ ପୂର୍ବକଥା ଦୋହରାଇ ବୈଜୟନ୍ତ ଟ୍ୱିଟରରେ କହିଛନ୍ତି ଯେ, ସେ ଏ ବାବଦରେ ପୂର୍ବରୁ ଦଳର ମୁଖ୍ୟ ନବୀନ ପଟ୍ଟନାୟକଙ୍କୁ ଜଣାଇଥିଲେ । ବାପାଙ୍କ କ୍ରିୟା କର୍ମ ପ୍ରଥା ଅନୁସାରେ ଶେଷ ହେବା ପରେ ସେ ଲୋକସଭାରୁ ଇସ୍ତଫା ଦେବେ ବୋଲି କହିଥିଲେ । ଏଣୁ ଯେତେବେଳେ ଶୁଦ୍ଧକ୍ରିୟା କାମ ଶେଷ ହେଲା ସେ ଲୋକସଭାର ବାଚସ୍ପତିଙ୍କୁୁ ଭେଟିବାକୁ ଚାହିଁଥିଲେ । କିନ୍ତୁ ବାଚସ୍ପତି ବିଦେଶ ଗସ୍ତରେ ଥିବାରୁ ସେ ଲୋକସଭାର ସଚିବାୟରେ ନିଜର ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି ।
ବୈଜୟନ୍ତ ୧୬ ମେ ୨୦୧୪ରେ ୧୬ତମ ଲୋକସଭାକୁ ନିର୍ବାଚିତ ହୋଇଥିଲେ । ଅର୍ଥାତ୍ ଆଉ ଏକ ବର୍ଷରୁ ବି କମ୍ ସମୟ ତାଙ୍କ କାର୍ଯ୍ୟକାଳ ରହିଛି । ଏଣୁ ବାଚସ୍ପତି ତାଙ୍କ ଇସ୍ତଫାକୁ ଗ୍ରହଣ କରିବା ପରେ ତାଙ୍କ ନିର୍ବାଚନ ମଣ୍ଡଳୀରେ ଆଉ ଥରେ ନିର୍ବାଚନ ନହେବାର ସମ୍ଭାବନା ଯଥେଷ୍ଟ ରହିଛି । ସେ ଗତ ମେ 28 ତାରିଖରେ ବଜେଡିରୁ ଇସ୍ତଫା ଦେଇଥିଲେ ।

Share

Leave a Reply

Your email address will not be published. Required fields are marked *

sixteen − 9 =