ଖୋଲୁଛି ଗୁମର : ଦୁଷ୍କର୍ମ ନା ଭୁଲ ବୁଝାମଣା!

ଭୁବନେଶ୍ବର () ଗତକାଲି ସନ୍ଧ୍ୟାରେ ପୁରୀରେ ଘଟିଥିବା ଗଣଦୁଷ୍କର୍ମ ଘଟଣା ଏବେ ରାଜ୍ୟରେ ଚହଳ ସୃଷ୍ଟି କରିଛି । ଗତକାଲି ଅଭିଯୋଗକାରିଣୀଙ୍କ ବୟାନ ଏବଂ ଘଟଣାରେ ଜଣେ ବହିଷ୍କୃତ କନେଷ୍ଟବଳଙ୍କ ସମ୍ପୃକ୍ତି ଘଟଣାକୁ ଅଧିକ ରୋଚକ କରିଥିଲା । ଅଭିଯୋଗକାରିଣୀଙ୍କ ବୟାନ ଆଧାରରେ ପ୍ରଥମେ ବହିଷ୍କୃତ କନେଷ୍ଟବଳ ଏବଂ ପରେ ଅନ୍ୟ ତିନିଜଣ ଅଭିଯୁକ୍ତଙ୍କୁ ବି ପୋଲିସ ଅଟକ ରଖିଥିଲା । ଏହି ଘଟଣାରେ ଆଜି ଚର୍ଚ୍ଚାକୁ ଆସିଥିବା ଆଉ କିଛି ତଥ୍ୟ ମଧ୍ୟ ସେହିଭଳି ଆଖି ତରାଟା ଦେଲାଭଳି ।

ଗିରଫ 4 ଜଣଙ୍କୁ ଅଟକ ରଖି ପୋଲିସ ପଚରାଉଚରା କରୁଛି । ତେବେ ଅଭିଯୁକ୍ତମାନଙ୍କ ଜେରା ସମୟରେ ବେଶ ସାଂଘାତିକ ତଥ୍ୟ ପଦାକୁ ଆସିଛି । ଘଟଣାର ପାରିପାର୍ଶ୍ବିକ ପରିସ୍ଥିତି ଓ ଅଟକ ଯୁବକଙ୍କ ବୟାନ ଘଟଣାକୁ ଆହୁରି ସଙ୍ଗୀନ କରିଛି । ପୀଡିତା ଜଣଙ୍କୁ ନିମାପଡା ନୁହେଁ, ବରଂ ଭୁବନେଶ୍ବରରୁ ନିଆଯାଇଥିବା ଅଟକ ଯୁବକମାନେ କହିଛନ୍ତି । ଜଣେ ଦଲାଲ ଜରିଆରେ ଯୁବତୀଙ୍କ ସହ ପରିଚୟ ହେବାପରେ ତାଙ୍କୁ ପୁରୀ ନେବାକୁ ପ୍ରସ୍ତାବ ଦିଆଯାଇଥିବା ସେମାନେ ବୟାନ ଦେଇଥିବା ଜଣାପଡିଛି । ସାଙ୍ଗରେ ଯିବାପାଇଁ ୪ ହଜାର ଟଙ୍କା ମଧ୍ୟ ଆଗୁଆ ଯୁବତୀଙ୍କୁ ଦିଆଯାଇଥିବା ଭଳି ସଙ୍ଗୀନ ତଥ୍ୟ ଆସିଛି । ଉଭୟ ପକ୍ଷ ମଧ୍ୟରେ ସହମତିରେ ଶାରୀରିକ ସମ୍ବନ୍ଧ ରହିବା ପରେ ୫ ଶହ ଟଙ୍କା ପାଇଁ ଯୁବତୀ ଜଣଙ୍କ ଜିଦ ଧରିବା ଓ ଟଙ୍କା ନଦେଲେ ଥାନାରେ ଅଭିଯୋଗ କରିବା ପାଇଁ ଯୁବତୀ ଜଣଙ୍କ ଧମକାଉଥିବା ନେଇ ମଧ୍ୟ ବରିଷ୍ଠ ପୋଲିସଙ୍କ ସମ୍ମୁଖରେ ଅଟକ ଥିବା ଯୁବକମାନେ ବୟାନ ଦେଇଥିବା ଜଣାପଡିଛି।

ଯୁବତୀ ଜଣକ ନାବାଳିକା ହୋଇଥିବାରୁ ପୋଲିସ ପକସୋ ଆଇନରେ କଠୋର କାର୍ଯ୍ୟାନୁଷ୍ଠାନରୁ ବଞ୍ଚିବା ପାଇଁ ବୋଧହୁଏ ଅଭିଯୁକ୍ତମାନେ ଏଭଳି ଏକ ନୂଆ ଡ୍ରାମାର ରଚନା କରିଥାଇପାରନ୍ତି । କିନ୍ତୁ ଏଠାରେ ଆଉ ଏକ ପ୍ରଶ୍ନ ମଧ୍ୟ ଉଠୁଛି । ଯଦି ଏସବୁ ଘଟଣା ସହମତି ଭିତ୍ତିରେ ହୋଇନାହିଁ, ତେବେ ଫୋନରୁ ସାମାନ୍ୟ ମେସେଜ ଓ କଲଟିଏ କରିପାରିନଥିବା ଯୁବତୀ ଜଣଙ୍କ ଶାରୀରିକ ସମ୍ବନ୍ଧ ସମୟର ପୁରା ଭିଡିଓ ରେକର୍ଡ଼ କଲେ କେମିତି ? ଗୋଟିଏ ଥର ନୁହେଁ, ଏକାଧିକ ଥର ନିଜ ଆଣ୍ଡ୍ରଏଡ଼ ଫୋନକୁ ବ୍ୟବହାର କରି ଫଟୋ ଓ ଭିଡିଓ ରେକର୍ଡ଼ କରିବା ଉଦ୍ଦେଶ୍ୟ ପ୍ରଣୋଦିତ ନୁହେଁ ତ ? ତଦନ୍ତରେ ଥିବା ପୋଲିସ ଅଧିକାରୀଙ୍କ ମନରେ ମଧ୍ୟ ଏଭଳି ପ୍ରଶ୍ନ ଉଠୁଛି । ହେଲେ ଏହା ଏକ ସମ୍ବେଦନଶୀଳ ଘଟଣା ହୋଇଥିବାରୁ ପୋଲିସ ଏଦିଗ ଦିଗରେ ମୁହଁ ଖୋଲୁନାହିଁ ।

ପୋଲିସ କେବଳ ଚାପର ବଶବର୍ତ୍ତୀ ହୋଇ ଅଭିଯୋଗ ଆଧାରରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବା ବଦଳରେ ପ୍ରକୃତ ସତକୁ ରାଜ୍ୟବାସୀଙ୍କ ସମ୍ମୁଖକୁ ଆଣନ୍ତୁ । ଯଦି ପୋଲିସର ତଦନ୍ତକୁ କୌଣସି ବି ପକ୍ଷ ବାଟବଣା କରୁଛି ତେବେ ତାଙ୍କୁ ଆଖିଦୃଷ୍ଟିଆ ଦଣ୍ଡ ଦିଆଯାଉ । ଆଉ ଯଦି ଅଟକ ଯୁବକଙ୍କ ପ୍ରକୃତ ପକ୍ଷେ ସମ୍ପୁକ୍ତି ଥାଏ ତେବେ ଏଭଳି ନରପିଶାଚଙ୍କୁ ଅତି କଠୋର ଦଣ୍ଡ ମିଳୁ, ଯାହାକି ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିବ ।

Share

Leave a Reply

Your email address will not be published. Required fields are marked *

2 + 20 =