ସ୍ୱେଚ୍ଛାକୃତ ଜମି ପ୍ରଦାନ ସମୟ ସୀମା ବୃଦ୍ଧି

ଭୁବନେଶ୍ୱର() ଶ୍ରୀମନ୍ଦିର ସୁରକ୍ଷା ପାଇଁ ସ୍ୱେଚ୍ଛାକୃତ ଭାବରେ ଜମି ବିକ୍ରୟ ପାଇଁ ସ୍ଥାନୀୟ ବାସିନ୍ଦାଙ୍କ ଆଗ୍ରହକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏହି ସମୟ ସୀମାକୁ ଆଉ ୭ ଦିନ ଅର୍ଥାତ ଡିସେମ୍ବର ୯ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି ।

ଶ୍ରୀମନ୍ଦିର ନିରପତ୍ତା ବଳୟ ନିମନ୍ତେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିବେଦନ କ୍ରମେ ସନ୍ନିକଟ ଅଂଚଳର ଅନେକ ବାସିନ୍ଦା ସରକାରଙ୍କ ପୁନର୍ବାର ଓ ଥଇଥାନ ନୀତିକୁ ସ୍ୱେଚ୍ଛାକୃତ ଭାବରେ ଗ୍ରହଣ କରିଛନ୍ତି ଏବଂ ନିରାପତ୍ତା ବଳୟ ନିମନ୍ତେ ସେମାନଙ୍କ ଜମି ପ୍ରଦାନ କରିଛନ୍ତି ।

ମିଳିଥିବା ସୂଚନା ଅନୁସାରେ ୨୦୧୯ ଡିସେମ୍ବର ୨ ତାରିଖ ପର୍ଯ୍ୟନ୍ତ ସିଧାସଳଖ ବିକ୍ରୟ ଯୋଜନାରେ ୧୦୬ଟି ପ୍ଲଟ ପାଇଁ ୮୦ଟି ବିକ୍ରୀ କବଲା କରାଯାଇଛି । ବର୍ତ୍ତମାନ ସୁଦ୍ଧା ୭୫ ପ୍ରତିଶତ ଜମି ସ୍ୱୋଚ୍ଛାକୃତ ଭାବରେ ବାସିନ୍ଦାମାନେ ପ୍ରଦାନ କରିଛନ୍ତି ।

Share

Leave a Reply

Your email address will not be published. Required fields are marked *

twenty + eighteen =