ଆଜି ବିଶ୍ୱ ଯୋଗ ଦିବସ

ନୂଆଦିଲ୍ଲୀ()  ଆଜି ବିଶ୍ୱ ଯୋଗ ଦିବସ । ନିରୋଗ ଓ ନିରାମୟ ଜୀବନ ବଞ୍ଚିବା ପାଇଁ ଯୋଗ ଏକ ବଳିଷ୍ଠ ମାଧ୍ୟମ । ଏହାର ଗୁରୁତ୍ବ ସଂପର୍କରେ ସଚେତନତା ଉଦ୍ଦେଶ୍ୟରେ ପ୍ରତିବର୍ଷ ଜୁନ୍ ୨୧କୁ ଅନ୍ତର୍ଜାତୀୟ ଯୋଗ ଦିବସ ଭାବେ ପାଳନ କରାଯାଉଛି । ଚଳିତ ବର୍ଷ ଯୋଗ ଦିବସ ପାଇଁ ଥିମ୍ ରହିଛି ‘‘YOGA FOR HEART’’ ।

ଆଜି ପଞ୍ଚମ ଅନ୍ତର୍ଜାତୀୟ ଯୋଗ ଦିବସ। ଦେଶର ବିଭିନ୍ନ ଅଞ୍ଚଳରେ ଯୋଗ ଦିବସକୁ ପାଳନ କରାଯାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗ ଦିବସରେ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ବିଶ୍ବରେ ଦେଖା ଯାଉଥିବା ଅନେକ ସମସ୍ୟାର ସମାଧାନ କରିପାରିବ ଯୋଗ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ଅବସରରେ ଝାରଖଣ୍ଡର ରାଜଧାନୀ ରାଞ୍ଚିରେ ଆୟୋଜିତ ହୋଇଥିବା ଏକ କାର୍ୟ୍ୟକ୍ରମରେ ମୋଦି ସାମିଲ ହୋଇଛନ୍ତି।

ସେପଟେ ବରଫ ପାହାଡ ଉପରେ ଯୋଗାସନ । ମାଇନସ୍ ଡିଗ୍ରୀ ତାପମାତ୍ରା ହୀମବୀରଙ୍କ ଯୋଗାଭ୍ୟାସ । ଇଣ୍ଡୋ ତିବଦ୍ଦିଆନ ବୋର୍ଡର ପୋଲିସର ଯବାନମାନେ ଲଦ୍ଦାଖ ପାହାଡ କ୍ଷେତ୍ର ଅଂଚଳରେ ମାଇନସ ୨୧ଡିଗ୍ରୀ ତାପାମାତ୍ରାରେ ଯୋଗାସନ କରୁଥିବାର ଦୃଶ୍ୟ କ୍ୟାମେରାରେ କଏଦ ହୋଇଛି । ଏହି ବରଫ ପାହାଡ ଅଂଚଳରେ ସୀମା ସୁରକ୍ଷାରେ ଥିବା ହୀମବୀର ଯବାନମାନେ ଯୋଗ ଦିବସରେ ସମୂହ ଯୋଗ କରିବା ପାଇଁ ଦୀର୍ଘ ଦିନ ଧରି ପ୍ରସ୍ତୁତି କରିଥିଲେ ।

ଅନ୍ୟପଟେ ରାଜ୍ୟର ବିଭିନ୍ନ ସ୍ଥାନରେ ଯୋଗ ଦିବସ ପାଳନ କରାଯାଉଛି । ପୁରୀ ଗଜପତି ଦିବ୍ୟସିଂହ ଦେବ ଆଜି ଭୁବନେଶ୍ୱରରେ ଆୟୋଜିତ ଯୋଗ କାର୍ୟ୍ୟକ୍ରମରେ ସାମିଲ ହୋଇଥିଲେ । ରାଜଧାନୀର ବୁଦ୍ଧ ପାର୍କ, ଫରେଷ୍ଟ ପାର୍କ, ଇମ୍ଫା ପାର୍କ, ରେଂଟାଲ କଲୋନି ପାର୍କ ଓ ଜୟଦେବ ବାଟିକାକୁ ମିଶାଇ ମୋଟ ୧୦ଟି ପାର୍କରେ ଯୋଗ ଦିବସ ପାଳିତ ହେଉଛି ।

Share

Leave a Reply

Your email address will not be published. Required fields are marked *

12 + 11 =