ଚନ୍ଦ୍ରପୃଷ୍ଠରେ ମିଳିଲା ବିକ୍ରମର ସନ୍ଧାନ

ଓ୍ବାସିଂଟନ : ମିଳିଲା ଲ୍ୟାଣ୍ଡର ବିକ୍ରମର ସନ୍ଧାନ ।  ଆମେରିକାର ନ୍ୟାଶନାଲ ଏରୋନେଟିକ୍ସ ଆଣ୍ଡ ସ୍ପେଶ ଆଡମିନିଷ୍ଟ୍ରେସନ ବା ନାସା ଚନ୍ଦ୍ରଯାନ-୨ର ବିକ୍ରମ ଲ୍ୟାଣ୍ଡର ସନ୍ଧାନ ମିଳିଛି। ନାସା ଟ୍ୱିଟ୍ କରି ଲୁନାର ରେକନେସେନ୍ସ ଅର୍ବିଟର ବା ଏଲଆରଓ ଚନ୍ଦ୍ରପୃଷ୍ଠରେ ବିକ୍ରମର ସନ୍ଧାନ ପାଇଥିବା କହିଛି। ନାସାର ମୁନ୍‌ ମିଶନରେ ଲ୍ୟାଣ୍ଡରର ଭଗ୍ନାବଶେଷ ମିଳିଛି ।  ଅବତରଣ ବେଳେ ଲ୍ୟାଣ୍ଡର ସହ ଇସ୍ରୋର ଯୋଗାଯୋଗ ବିଚ୍ଛିନ୍ନ ହୋଇଥିଲା । ମଶନ ଚନ୍ଦ୍ରାୟନ-୨ରେ ଲ୍ୟାଣ୍ଡର ‘ବିକ୍ରମ’ ପଠାଇଥିଲା ଭାରତୀୟ ମହକାଶ ଏଜେନ୍ସି ବା ଇସ୍ରୋ ।

ସୂଚନାଯୋଗ୍ୟ ଯେ, ଚନ୍ଦ୍ରଯାନ-୨ର ଲ୍ୟାଣ୍ଡର ବିକ୍ରମ ଭଗ୍ନାବଶେଷ ଚନ୍ଦ୍ର ପୃଷ୍ଟରେ କ୍ରାସ୍ ସାଇଟର ୭୫୦ ମିଟର ଦୂରରେ ପଡିଛି । ଅବତରଣ ବେଳେ ଧକ୍କା ହୋଇଥିବା ସ୍ଥାନ ମଧ୍ୟ ଚିହ୍ନଟ କରିଛି ନାସା। ଏନେଇ ଏକ ଟ୍ବିଟ୍ ରେ ଫଟୋ ଜାରି କରିଛି ନାସା । ଭାରତର ମିଶନ ଚନ୍ଦ୍ରଯାନ-୨ସଫଳ ହୋଇପାରି ନଥିଲା ।କାରଣ ଚନ୍ଦ୍ରଯାନ-୨ ର ବିକ୍ରମ ଲ୍ୟାଣ୍ଡରକୁ ସଫଳ ଲ୍ୟାଣ୍ଡ ଚେଷ୍ଟା କରିଥିବା ଇସ୍ରୋ ତାର ମିଶନରେ ବିଫଳ ହୋଇଥିଲା।

ସେପ୍ଟେମ୍ବର ୭ ବିଳମ୍ବିତ ରାତିରେ ଚନ୍ଦ୍ରଯାନ ୨ର ଲ୍ୟାଣ୍ଡରକୁ ଚନ୍ଦ୍ରପୃଷ୍ଠରେ ସଫଳ ଅବତରଣ କରାଇବାକୁ ଇସ୍ରୋ ବୈଜ୍ଞାନିକମାନେ ଉଦ୍ୟମ କରିଥିଲେ। ଚନ୍ଦ୍ର ପୃଷ୍ଠରୁ ୨.୧ କିମି ଉଚ୍ଚରେ ଥିବା ସମୟରେ ଲ୍ୟାଣ୍ଡର ବିକ୍ରମ ସହିତ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଥିଲା।

 

Share

Leave a Reply

Your email address will not be published. Required fields are marked *

nine + fifteen =