ଛାତ୍ରଛାତ୍ରୀଙ୍କ ପାଇଁ ‘ମଧୁ ଆପ’ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର () ରାଜ୍ୟର ପ୍ରଥମ ଜିଲ୍ଲା ଭାବେ ଗଞ୍ଜାମରେ ଆରମ୍ଭ ହୋଇଛି ‘ମଧୁ’ ଆପ୍ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ମଧୁ ଆପକୁ ଶୁଭାରମ୍ଭ କରିଛନ୍ତି । ଛାତ୍ରଛାତ୍ରୀମାନେ ‘ମଧୁ ଆପ’କୁ ମୋବାଇଲ ଫୋନରେ download କରି ସେଥିରୁ ଭିଡିଓ ଦ୍ୱାରା ସେମାନେ ଶ୍ରେଣୀରେ ପଢା ଯାଇଥିବା ପାଠ ବୁଝି ପାରିବେ । ଆଜି ଏହି ‘ମଧୁ ଆପ’କୁ ଲୋକ ସେବା ଭବନରେ ମୁଖ୍ୟମନ୍ତ୍ରୀ ଲୋକାର୍ପିତ କରିଛନ୍ତି । ଭିଡିଓ କନଫରେନସିଂ ଜରିଆରେ ଏହି ଆପର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ । ମଧୁ ଆପ୍ ସମ୍ପର୍କରେ ଛାତ୍ରଛାତ୍ରୀଙ୍କ ସହ କଥା ହୋଇଛନ୍ତି ମୁଖ୍ୟମନ୍ତ୍ରୀ ।

ତେବେ ଏହି ଆପରେ ପରୀକ୍ଷାର୍ଥୀମାନେ ହାତପାଆନ୍ତାରେ ଶିକ୍ଷା ଲାଭ କରିପାରିବେ । ଆପରେ ପଞ୍ଚମଠାରୁ ଅଷ୍ଟମ ପର୍ଯ୍ୟନ୍ତ ପାଠ୍ୟକ୍ରମର ସିଲାବସ୍ ରହିବ । ଏହା ସହ ଦଶମ ଶ୍ରେଣୀ ଡ୍ରିମ୍ ପରୀକ୍ଷାର ସମସ୍ତ ପ୍ରଶ୍ନ ଓ ଉତ୍ତର ମଧ୍ୟ ରହିବ ।

ଏହି କାର୍ଯ୍ୟକ୍ରମରେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ,ଆଦର୍ଶ ବିଦ୍ୟାଳୟ ସଂଗଠନର ଅଧ୍ୟକ୍ଷ, ମୁଖ୍ୟ ଶାସନ ସଚିବ,ଉନ୍ନୟନ କମିଶନର, ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ପରାମର୍ଶଦାତା, ସ୍କୁଲ ଓ ଗଣଶିକ୍ଷା ସଚିବ,ଗଂଜାମ ଜିଲ୍ଲାପାଳ ପ୍ରମୁଖ ଉପସ୍ଥିତ ଥିଲେ ।

Share

Leave a Reply

Your email address will not be published. Required fields are marked *

1 + 15 =