କୁକର୍ମକାରୀକୁ କଡା ଦଣ୍ଡବିଧାନ ପାଇଁ ତଥ୍ୟ ପ୍ରମାଣ ଯୋଗାଡରେ ଲାଗିଛି ପୋଲିସ : ଡିଆଇଜି

ପୁରୀ()  ପୁରୀରେ ଗଣଦୁଷ୍କର୍ମ ଘଟଣାର ମୁଖ୍ୟ ଅଭିଯୁକ୍ତ କନଷ୍ଟେବଳ ଜିତେନ୍ଦ୍ର ସେଠୀକୁ ଗିରଫ କରାଯାଇଛି। ଏଥିସହ ଅନ୍ୟ ୩ ଅଭିଯୁକ୍ତଙ୍କୁ ପୁଲିସ୍ ଅଟକ ରଖି ପଚରାଉଚରା କରୁଛି। ସେପଟେ ଏକ ସାମ୍ବାଦିକ ସମ୍ମିଳନୀରେ ଡିଆଇଜି ଆଶିସ ସିଂହ କହିଛନ୍ତି ପୀଡିତାଙ୍କର ଡାକ୍ତରୀମାଇନା କରଯାଇସାରିଛି । ବର୍ତମାନ ସମୟରେ ପୋଲିସ ଅଭିଯୁକ୍ତମାନଙ୍କୁ ଅଧିକରୁ ଅଧିକ ଦଣ୍ଡ ମିଳିବା ପାଇଁ ଆବଶ୍ୟକ ତଥ୍ୟ ପ୍ରମାଣ ଯୋଗାଡରେ ଲାଗିଛି । ତେବେ ତଦନ୍ତରେ ଗୋପନୀୟତା ରକ୍ଷା କରିବା ପାଇଁ ତଦନ୍ତ ସମ୍ପର୍କରେ ଅଧିକ ସୂଚନା ଦେବା ପାଇଁ ମନା କରିଛନ୍ତି ଡିଆଇଜି । ସଭ୍ୟ ସମାଜରେ ଏଭଳି କୁକର୍ମକାରୀର କୌଣସି ସ୍ଥାନ ନାହିଁ ଏବଂ ଏମାନଙ୍କୁ କଡା ଦଣ୍ଡବିଧାନ ପାଇଁ କୋର୍ଟରେ ପୋଲିସ ସମସ୍ତ ତଥ୍ୟ ପ୍ରମାଣ ଉପସ୍ଥାପନ କରିବ ।

ସୂଚନା ଅନୁସାରେ କାକଟପୁର ଅଂଚଳର ପୀଡିତା ଗତକାଲି ଭୁବନେଶ୍ୱରରୁ ଏକ ବସ୍ରେ ଘରକୁ ଫେରୁଥିଲେ । ଏତିକିବେଳେ ନିମାପଡା ଛକରେ ଏକ ହୋଟେଲରେ ଖାଉଥିଲେ ଯୁବତୀ । ଖାଇ ସାରି ଆସିବା ବେଳକୁ ବସଟି ଚାଲିଯାଇଥିଲା । ଆଉ ଏକ ବସକୁ ଛକରେ ଅପେକ୍ଷା କରିଥିଲେ ଯୁବତୀ । ଏହି ସମୟରେ ଜଣେ ପୋଲିସ କନେଷ୍ଟବଳ ସମେତ ୪ଜଣ ଯୁବତୀଙ୍କୁ ଘରେ ଛାଡି ଦେବାକୁ କହି କାରରେ ବସାଇ ନେଇଥିଲେ । ମାତ୍ର କାରଟି କାକଟପୁର ପରିବର୍ତେ ପୁରୀ ମେରାଇନ ରୋଡରେ ଯିବାରୁ ଯୁବତୀ ଜଣଙ୍କ ଏହାର ପ୍ରତିବାଦ କରିଥିଲେ । କିନ୍ତୁ ସେମାନେ ଯୁବତୀଙ୍କ ପ୍ରତିବାଦକୁ ନଶୁଣି ତାଙ୍କୁ ପୁରୀ ନେଇ ଆସିଥିଲେ ।

ପୀଡିତାଙ୍କ ଅଭିଯୋଗ ଅନୁସାରେ, ଅପରାହ୍ନ ପ୍ରାୟ ୩ ଟା ସମୟରେ ପୁରୀ କୁମ୍ଭାରପଡା ଥାନା ଝାଡେଶ୍ୱରୀ କ୍ଲବ ନିକଟ ଏକ କ୍ୱାର୍ଟରରେ ତାଙ୍କୁ ଗଣଦୁଷ୍କର୍ମ କରାଯାଇଥିଲା । ବହିଷ୍କୃତ ପୋଲିସ କର୍ମଚାରୀ, ସହଯୋଗୀଙ୍କ ସହ ମିଶି ଗଣଦୁଷ୍କର୍ମ କରିଥିବା କୁମ୍ଭାରପଡା ଥାନାରେ ଅଭିଯୋଗ କରିଛନ୍ତି ପୀଡ଼ିତା । ଦୁଷ୍କର୍ମ କରିବା ପରେ ଯୁବତୀଙ୍କୁ ଏକ କୋଠରୀରେ ତାଲା ପକାଇ ରଖାଯାଇଥିଲା । ହେଲେ କୌଣସି ମତେ ସେଠାରୁ ସେ ଖସି ପଳାଇ ଆସିଥିଲେ ।

Share

Leave a Reply

Your email address will not be published. Required fields are marked *

16 + 11 =