ଦିନକରେ ୩୪୯୦ କରୋନା ପଜିଟିଭ୍ ଚିହ୍ନଟ, ୧୩୯୬ ଲୋକାଲ କେସ

ଭୁବନେଶ୍ୱର() ୨୪ ଘଣ୍ଟା ମଧ୍ୟରେ ୩୪୯୦ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୩୧୩୮୨ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ପ୍ରଦାନ କରାଯାଇଛି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୨୦୯୪ ଜଣ କ୍ବାରେଣ୍ଟାଇନ୍‌ରେ ରହିଥିବା ବେଳେ ୧୩୯୬ ଜଣ ସ୍ଥାନୀୟ ବାସିନ୍ଦା ରହିଛନ୍ତି ।

ତେବେ ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ଅନୁଗୁଳ ଜିଲ୍ଲାରୁ ୩୮ଜଣ, ବାଲେଶ୍ୱର ଜିଲ୍ଲାରୁ ୯୨ଜଣ, ବରଗଡ଼ ଜିଲ୍ଲାରୁ ୮୧ଜଣ, ଭଦ୍ରକ ଜିଲ୍ଲାରୁ ୮୯ଜଣ, ବଲାଙ୍ଗୀର ଜିଲ୍ଲାରୁ ୧୧୦ଜଣ, ବୌଦ୍ଧ ଜିଲ୍ଲାରୁ ୨୫ଜଣ, କଟକ ଜିଲ୍ଲାରୁ ୩୭୬ଜଣ, ଦେଓଗଡ଼ ଜିଲ୍ଲାରୁ ୨୭ଜଣ, ଢେଙ୍କାନାଳ ଜିଲ୍ଲାରୁ ୮୧ଜଣ, ଗଜପତି ଜିଲ୍ଲାରୁ ୫୩ଜଣ, ଗଞ୍ଜାମ ଜିଲ୍ଲାରୁ ୬୯ଜଣ, ଜଗତସିଂହପୁର ଜିଲ୍ଲାରୁ ୯୧ଜଣ, ଯାଜପୁର ଜିଲ୍ଲାରୁ ୧୭୮ଜଣ, ଝାରସୁଗୁଡ଼ା ଜିଲ୍ଲାରୁ ୧୦୩ଜଣ, କଳହାଣ୍ଡି ଜିଲ୍ଲାରୁ ୩୯ଜଣ, କନ୍ଧମାଳ ଜିଲ୍ଲାରୁ ୮୪ଜଣ, କେନ୍ଦ୍ରାପଡ଼ା ଜିଲ୍ଲାରୁ ୮୫ଜଣ, କେନ୍ଦୁଝର ଜିଲ୍ଲାରୁ ୫୫ଜଣ, ଖୋର୍ଦ୍ଧା ଜିଲ୍ଲାରୁ ୫୩୫ଜଣ, କୋରାପୁଟ ଜିଲ୍ଲାରୁ ୯୩ଜଣ, ମାଲକାନଗିରି ଜିଲ୍ଲାରୁ ୨୨ଜଣ, ମୟୁରଭଞ୍ଜ ଜିଲ୍ଲାରୁ ୨୦୭ଜଣ, ନବରଙ୍ଗପୁର ଜିଲ୍ଲାରୁ ୪୦ଜଣ, ନୟାଗଡ଼ ଜିଲ୍ଲାରୁ ୩୪ଜଣ, ନୂଆପଡ଼ା ଜିଲ୍ଲାରୁ ୧୦୨ଜଣ, ପୁରୀ ଜିଲ୍ଲାରୁ ୨୧୭ଜଣ, ରାୟଗଡ଼ା ଜିଲ୍ଲାରୁ ୨୦୬ଜଣ, ସମ୍ବଲପୁର ଜିଲ୍ଲାରୁ ୮୫ଜଣ, ସୋନପୁର ଜିଲ୍ଲାରୁ ୧୦୭ଜଣ, ସୁନ୍ଦରଗଡ଼ ଜିଲ୍ଲାରୁ ୬୪ଜଣ, ଷ୍ଟେଷ ପୋଲରୁ ୧୦୨ଜଣ ରହିଛନ୍ତି ।

Share

Leave a Reply

Your email address will not be published. Required fields are marked *

sixteen − 12 =