ବିଜେପି ଆସିଲେ ଅଙ୍ଗନଓ୍ବାଡୀ କର୍ମୀମାନଙ୍କୁ ଦରମା ୧୫ହଜାରକୁ ବୃଦ୍ଧି: ଧର୍ମେନ୍ଦ୍ର

ରାଜ୍ୟରେ ବିଜେପି ସରକାର ଆସିଲେ ୧ ଟଙ୍କାରେ ମିଳିବ ଖାଦ୍ୟ ସାମଗ୍ରୀ । ଏଭଳି ଏକ ବଡ ଘୋଷଣା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ରାଜ୍ୟରେ ନିର୍ବାଚନ ମାହୋଲ ଉଷ୍ମ ରହିଥିବା ବେଳେ ଧର୍ମେନ୍ଦ୍ରଙ୍କ ଏହି ଘୋଷଣାକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା ।

ଚୌଦାରର ଏକ ନିର୍ବାଚନୀ ସଭାରେ ଏଭଳି ଘୋଷଣା କରି ଭୋଟରଙ୍କ ମନ ଜିଣିବାକୁ ଜୋରଦାର ଉଦ୍ୟମ କରିଛନ୍ତି ଧର୍ମେନ୍ଦ୍ର । ଏହାପୂର୍ବରୁ ବିଭିନ୍ନ ଦଳ ଗୁଡିକ ତରଫରୁ ନିର୍ବାଚନ ପାଇଁ ପ୍ରତିଶୃତିର ପାହାଡ ଛିଡା କରାଯାଉଥିବା ବେଳେ ଧର୍ମେନ୍ଦ୍ର ଏହି ଘୋଷଣା କରି ମାଷ୍ଟରଷ୍ଟ୍ରୋକ ମାରିଛନ୍ତି । ବିଜେପି ସରକାର ଆସିଲେ ୧ ଟଙ୍କାରେ ୫ କିଲୋ ଚାଉଳ, ୫୦୦ ଗ୍ରାମ ଲେଖାଏଁ ଲୁଣ ଓ ଡାଲି ଦେବାକୁ ଧର୍ମେନ୍ଦ୍ର ଘୋଷଣା କରିଛନ୍ତି । ଖାଦ୍ୟ ସୁରକ୍ଷା ଯୋଜନାରେ ଅର୍ନ୍ତଭୁକ୍ତ ଥିବା ୩.୨୬ କୋଟି ହିତାଧିକାରୀ ଉପକୃତ ହେବେ ବୋଲି ଧର୍ମେନ୍ଦ୍ର କହିଛନ୍ତି ।

ଏହାଛଡା ବିଧବା ଓ ବାର୍ଦ୍ଧକ୍ୟ ଭତ୍ତା ମାସକୁ ୩ ହଜାର ଟଙ୍କ, ସବୁ ମେଧାବୀ ପିଲାଙ୍କୁ ସ୍କୁଟି, ପ୍ରତି ସହରରେ ଯୁକ୍ତ ୩ କଲେଜ ଖୋଲାଯିବ ବୋଲି ଭୋଟରଙ୍କ ଆଗରେ ପ୍ରତିଶୃତିର ପାହାଡ ଛିଡା କରିଛନ୍ତି ଧର୍ମେନ୍ଦ୍ର । ଏସବୁ ବ୍ୟତୀତ ପ୍ରତି ଘରକୁ ୨୪ ଘଣ୍ଟା ବିଜୁଳି ଓ ପାନୀୟ ଜଳର ବ୍ୟବସ୍ଥା କରାଯିବ । ଅଙ୍ଗନବାଡି କର୍ମୀଙ୍କୁ ମାସିକ ଦରମା ୧୫ ହଜାର ଟଙ୍କା ଓ ସରକାରକୁ ଆସିବାର ୨ ବର୍ଷ ମଧ୍ୟରେ ଫାଙ୍କା ପଡିଥିବା ସମସ୍ତ ପଦବୀ ପୂରଣ କରାଯିବ ବୋଲି କହିଛନ୍ତି ଧର୍ମେନ୍ଦ୍ର ।

Share

Leave a Reply

Your email address will not be published. Required fields are marked *

nineteen − five =