ବାଇ-ଲ ପ୍ରତ୍ୟାହାର ନିଷ୍ପତ୍ତିକୁ ଗଜପତିଙ୍କ ସ୍ୱାଗତ

ପୁରୀ: ବାଇ-ଲ ପ୍ରତ୍ୟାହାର ନିଷ୍ପତ୍ତିକୁ ଗଜପତିଙ୍କ ସ୍ୱାଗତ | ଶ୍ରୀ ଜଗନ୍ନାଥ ମନ୍ଦିରରେ ବାଇ-ଲ ପ୍ରତ୍ୟାହାର ନିଷ୍ପତ୍ତିକୁ ଗଜପତି ମହାରାଜା ସ୍ୱାଗତ କରିଛନ୍ତି । ଏହା ବ୍ୟତୀତ ଶ୍ରୀଜଗନ୍ନାଥ ମନ୍ଦିର ସମ୍ପର୍କିତ କୌଣସି ପଦକ୍ଷେପ ନେବା ପୂର୍ବରୁ ରାଜ୍ୟ ସରକାର ଓ କେନ୍ଦ୍ର ସରକାର ଆଲୋଚନା କରିବା ନିମନ୍ତେ ଗଜପତି ମହାରାଜ ଅନୁରୋଧ କରିଛନ୍ତି । ବିଶ୍ୱର ସାଂସ୍କୃତିକ କେନ୍ଦ୍ର ରୂପେ ଜଗନ୍ନାଥ ଧାମର ରୂପାନ୍ତରଣ ଉଭୟ କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ସହଭାଗିତାରେ ହୋଇପାରିବ ବୋଲି ଗଜପତି କହିଛନ୍ତି । କେନ୍ଦ୍ର ସଂସ୍କୃତି ମନ୍ତ୍ରାଳୟ ଶ୍ରୀମନ୍ଦିରକୁ ନେଇ ଏକ ବାଇ ଲ ଜାରି କରିଥିଲେ । ଯାହା ଫଳରେ ଶ୍ରୀମନ୍ଦିର ଐତିହ୍ୟ ପ୍ରକଳ୍ପ ବାଧାପ୍ରାପ୍ତ ହୋଇଥାନ୍ତା ।ତେବେ ପରେ ଏହି ବାଇ ଲ କୁ ଫେରାଇ ନିଆଯାଇଛି ।

Share

Leave a Reply

Your email address will not be published. Required fields are marked *

16 − 9 =