୧୫ ଲକ୍ଷ ଶ୍ରମ ଦିବସ ସୃଷ୍ଟି କରିବାକୁ ଲକ୍ଷ୍ୟ

ଭୁବନେଶ୍ୱର()  ଏବେ ରାଜ୍ୟରେ ଦିନକୁ ହାରାହାରି ସାଢେ଼ ୮ ଲକ୍ଷ ଲୋକଙ୍କୁ କାମ ଯୋଗାଉଛନ୍ତି ସରକାର । ଏହାକୁ ଆହୁରି ବଢ଼ାଇବାକୁ ହେବ । ଦିନକୁ ୧୫ ଲକ୍ଷ ଶ୍ରମ ଦିବସ ସୃଷ୍ଟି କରିବାକୁ ପଡ଼ିବ । ଏ ମାସ ଶେଷ ସୁଦ୍ଧା ଏହି ଲକ୍ଷ୍ୟ ପୂରଣ କରିବାକୁ ହେବ । ବିଭିନ୍ନ ବିଭାଗ ଓ ଜିଲ୍ଲାପାଳମାନଙ୍କୁ ଏଭଳି ନିଦେ୍ର୍ଧଶ ଦେଇଛନ୍ତି ମୁଖ୍ୟ ଶାସନ ସଚିବ ଅସିତ ତି୍ରପାଠୀ । ମୁଖ୍ୟ ସଚିବ ଶ୍ରୀ ତି୍ରପାଠୀ କରିଥିବା ସମୀକ୍ଷା ବୈଠକରୁ ଜଣଯାଇଛି , ଚଳିତ ଆର୍ଥିକ ବର୍ଷରେ ଅଗଷ୍ଟ ୫ ସୁଦ୍ଧା ହଜାର ଶ୍ରମ ଦିବସ ସୃଷ୍ଟି କରାଯାଇପାରିଛି । ମୁଖ୍ୟ ସଚିବ ନିଦେ୍ର୍ଧଶ ଦେଇଛନ୍ତି ଏହାକୁ ୧୫ ଲକ୍ଷକୁ ବୃଦ୍ଧି କରିବାକୁ ହେବ । ଏଥିରୁ ପଞ୍ଚାୟତିରାଜ ଏବଂ ପାନୀୟ ଜଳ ବିଭାଗ ମାଧ୍ୟମରେ ୧୦ ଲକ୍ଷ ଶ୍ରମ ଦିବସ ସୃଷ୍ଟି କରାଯିବ । ବାକି ୫ ଲକ୍ଷ ଶ୍ରମ ଦିବସ ବିଭିନ୍ନ ବିଭାଗ ମାଧ୍ୟମରେ ସୃଷ୍ଟି କରାଯିବ । ପ୍ରତି ଗ୍ରାମ ପାଇଁ ୫-୬ଟି ଶ୍ରମ ନିଯୁକ୍ତି ଭିତ୍ତିକ ପ୍ରକଳ୍ପ ମଞ୍ଜୁର କରିବାକୁ ଜିଲ୍ଲାପାଳଙ୍କୁ ନିଦେ୍ର୍ଧଶ ଦେଇଛନ୍ତି ମୁଖ୍ୟ ସଚିବ । ଅଗଷ୍ଟ ୫ ତାରିଖ ସୁଦ୍ଧା ୧ ଲକ୍ଷ ଘର ନିର୍ମାଣ ସରିଲାଣି । ଗତବର୍ଷ ଏହି ସମୟ ଭିତରେ ୪୪ ହଜାର ଗୃହ ନିର୍ମାଣ ହୋଇଥିଲା । ତେବେ ଚଳିତ ଆର୍ଥିକ ବର୍ଷ ଶେଷ ସୁଦ୍ଧା ୭ ଲକ୍ଷ ଘର ନିର୍ମାଣ ସାରିବାକୁ ମୁଖ୍ୟ ସଚିବ ନିଦେ୍ର୍ଧଶ ଦେଇଛନ୍ତି । ଏ ନେଇ ପ୍ରତି ଜିଲ୍ଲାକୁ ଟାର୍ଗେଟ ଦିଆଯାଇଛି । ଗୁଣାତ୍ମକ ନିର୍ମାଣ କାର୍ଯ୍ୟ ଉପରେ ଗୁରୁତ୍ୱ ଦେବାକୁ କୁହାଯାଇଛି ।

Share

Leave a Reply

Your email address will not be published. Required fields are marked *

seventeen + 9 =