ପୈତୃକ ସମ୍ପତିରୁ ଝିଅ ସନ୍ତାନମାନେ ଭାଗ ପାଇପାରିବେ

ନୂଆଦିଲ୍ଲୀ() ପୈତୃକ ସମ୍ପତିରୁ ଝିଅର ସନ୍ତାନମାନେ ମଧ୍ୟ ଭାଗ ପାଇପାରିବେ  । ଝିଅ ମୃତ୍ୟୁବରଣ କରିଥିଲେ ବି ତାଙ୍କ ପିଲାମାନେ ସମ୍ପତିରୁ ଭାଗ ପାଇପାରିବେ  । ସୁପ୍ରିମକୋର୍ଟ ଏଭଳି ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି  ।

ଜଷ୍ଟିସ ଅରୁଣ ମିଶ୍ରଙ୍କ ଅଧ୍ୟକ୍ଷତାରେ ଗଠିତ ତିନିଜଣିଆ ଖଣ୍ଡପୀଠ ଏହି ରାୟ ଶୁଣାଇଛନ୍ତି  । ତେବେ ଗୁରୁତ୍ୱପୂର୍ଣର୍ କଥାଟି ହେଉଛି, ୨୦୦୫ ସେପ୍ଟେମ୍ବର ୯ରେ ହୋଇଥିବା ସଂଶୋଧନ ଅନୁଯାୟୀ, ଯଦି ବାପା ଓ ଝିଅ ଜୀବିତ ଥିବେ ତେବେ ଭାଗ ମିଳିପାରିବ  । କିନ୍ତୁ ଏବେ ସୁପ୍ରିମକୋର୍ଟ ସ୍ପଷ୍ଟ କରିଦେଇଛନ୍ତିଯେ, ଯଦି ବାପା ସଂଶୋଧିତ ବିଜ୍ଞପ୍ତି ଆସିବା ପୂର୍ବରୁ ମୃତୁ୍ୟବରଣ କରିଥିବେ ତଥାପିବି ଝିଅ ଉକ୍ତ ଆଇନ ଅନୁଯାୟୀ ସମ୍ପତିରୁ ଭାଗ ପାଇପାରିବ  । ଏମିତିକି ଝିଅ ମୃତୁ୍ୟବରଣ କରିଥିଲେବି ତାଙ୍କର ସନ୍ତାନମାନେ ସମ୍ପତିର ଭାଗ ପାଇବା ପାଇଁ ଦାବି କରିପାରିବେ  ।

Share

Leave a Reply

Your email address will not be published. Required fields are marked *

one × two =