ନବମ ଶ୍ରେଣୀ ପିଲା ଦେବେ ମାଟ୍ରିକ ପରୀକ୍ଷା

ଭୁବନେଶ୍ୱର: ୨୦୧୯-୨୦ ବର୍ଷର ସମସ୍ତ ନବମ ଶ୍ରେଣୀ ଛାତ୍ରଛାତ୍ରୀ ଦେଇପାରିବେ ମାଟ୍ରିକ ପରୀକ୍ଷା। କରୋନା ପାଇଁ ଗତ ଶିକ୍ଷାବର୍ଷରେ ବାଧାପ୍ରାପ୍ତ ଶିକ୍ଷାଦାନର ପ୍ରଭାବିତ ହୋଇଥିବା ୯ମ ଶ୍ରେଣୀ ସମସ୍ତ ପିଲାମାନେ ଦଶମ ଶ୍ରେଣୀକୁ ଉତ୍ତୀର୍ଣ୍ଣ କରାଯାଇଛି। ଏନେଇ ରାଜ୍ୟ ସରକାର ଘୋଷଣା କରିଛନ୍ତି । ୨୦୨୧ ମେ’ ମାସରେ ହେବାକୁ ଥିବା ମାଟ୍ରିକ ପରୀକ୍ଷାରେ ଏହି ଛାତ୍ରଛାତ୍ରୀମାନେ ଭାଗ ନେଇପାରିବେ। ଏହା ସବୁ ଓଡ଼ିଆ ମାଧ୍ୟମ ପିଲାଙ୍କ ପାଇଁ ପ୍ରଯୁଜ୍ୟ ହେବ।

କୋଭିଡ୍ ଯୋଗୁଁ ରାଜ୍ୟର ସବୁ ଶିକ୍ଷାନୁଷ୍ଠାନ ମାର୍ଚ୍ଚ ୨୦୨୦ରୁ ବନ୍ଦ ରହିଥିଲା । ତେଣୁ ନବମ ଶ୍ରେଣୀର ବାର୍ଷିକ ପରୀକ୍ଷା ହୋଇପାରିନଥିଲା । ପରବର୍ତ୍ତୀ ସମୟରେ ୨୦୨୧ ଜାନୁୁଆରୀ ମାସରୁ ଦଶମ ଓ ଦ୍ୱାଦଶ ଶ୍ରେଣୀ ପିଲାଙ୍କୁ ପରୀକ୍ଷା ପାଇଁ ପ୍ରସ୍ତୁତ କରିବା ପାଇଁ କୋଭିଡ୍ ନିୟମାବଳୀ ସହ ସ୍କୁଲ ଖୋଲାଯାଇଛି । ପିଲାମାନଙ୍କର ମାନସିକ ଚାପକୁ ଆଖି ଆଗରେ ରଖି ସରକାର ଏହି ନିଷ୍ପତ୍ତି ନେଇଥିଲେ। ପିଲାମାନଙ୍କ ଆବଶ୍ୟକତାକୁ ଦେଖି ସେମାନଙ୍କର ଡାଉଟ୍‌ କ୍ଲିୟର ପାଇଁ ସ୍ୱତନ୍ତ୍ର କ୍ଲାସ ବିଦ୍ୟାଳୟରେ କରାଯିବ। ସେହିପରି ୨୦୧୯-୨୦ ଶିକ୍ଷାବର୍ଷରେ ରାଜ୍ୟରେ ଏକାଦଶ ଶ୍ରେଣୀରେ ପାଠ ପଢ଼ୁଥିବା ସବୁ ଛାତ୍ରଛାତ୍ରୀ ମଧ୍ୟ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ୨୦୨୧ ମେ’ ମାସରେ ଯୁକ୍ତ ଦୁଇ ପରୀକ୍ଷା ଦେଇପାରିବେ ବୋଲି କୁହାଯାଇଛି।

Share

Leave a Reply

Your email address will not be published. Required fields are marked *

19 − fifteen =