ଜୀ ଓଡ଼ିଶା ହେଲ୍ଥ କନକ୍ଲେଭରେ ସମକୁ ସମ୍ମାନିତ

ଭୁବନେଶ୍ୱର() ଶିକ୍ଷା ଓ ଅନୁସନ୍ଧାନ (ଡିମ୍ଡ ଟୁ ବି ୟୁନିଭର୍ସିଟି) ପରିଚାଳିତ ଇନ୍ଷ୍ଟିଚୁ୍ୟଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍ ରାଜ୍ୟର ସବୁଠାରୁ ସୁଲଭ ଘରୋଇ ହସ୍ପିଟାଲ୍ । ଟିଭି ଚ୍ୟାନେଲ୍ ଜୀ ଓଡ଼ିଶା ପକ୍ଷରୁ ଆୟୋଜିତ ହେଲ୍ଥ କନ୍କ୍ଲେଭ୍ରେ ସମ୍ ହସ୍ପିଟାଲ୍କୁ ମଙ୍ଗଳବାର ରାଜ୍ୟର ସବୁଠାରୁ ପ୍ରତିବର୍ଗକୁ ସୁହାଇଲା ଭଳି ଘରୋଇ ହସ୍ପିଟାଲ୍ ଭାବେ ସମ୍ମାନିତ କରାଯାଇଛି ।

ଆୟୋଜିତ ସ୍ୱତନ୍ତ୍ର ଉତ୍ସବରେ ସମ୍ ହସ୍ପିଟାଲକୁ ସମ୍ମାନିତ କରାଯାଇଥିବା ବେଳେ ସୋଆ କୁଳପତି ପ୍ରଫେସର ଅମିତ ବାନାର୍ଜୀ ଏହି ପୁରସ୍କାର ଗ୍ରହଣ କରିଥିଲେ । ତାଙ୍କ ସହିତ ଆଇଏମ୍ଏସ୍ ଆଣ୍ଡ ସମ୍ ହସ୍ପିଟାଲର ଆଡିସ୍ନାଲ୍ ଡିନ୍ ପ୍ରଫେସର ଅଜୟ କୁମାର ଜେନା ଓ ମେଡିକାଲ୍ ସୁପରିଟେଣ୍ଡେଂଟ ପ୍ରଫେସର ପୁଷ୍ପରାଜ ସାମନ୍ତସିଂହାର ମଧ୍ୟ ପୁରସ୍କାର ଗ୍ରହଣ କରିବା ସମୟରେ ଉପସ୍ଥିତ ଥିଲେ ।

ଏହି କନ୍କ୍ଲେଭ୍ରେ ଓଡ଼ିଶାର ସ୍ୱାସ୍ଥ୍ୟ ମନ୍ତ୍ରୀ ଶ୍ରୀ ନବକିଶୋର ଦାସ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସୋଆ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ନିଦେ୍ର୍ଧଶକ ଡାକ୍ତର ଅଶୋକ କୁମାର ମହାପାତ୍ର ଏବଂ ଆପୋଲୋ ହସ୍ପିଟାଲ୍ ସେଂଟ୍ରାଲ୍ ରିଜିଅନ୍ର ସିଇଓ ଶ୍ରୀ ସୁଧୀର ଏମ୍ ଡିଗିକର୍ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ ।

ଜୀ ମିଡିଆ କର୍ପୋରେସନ୍ର ସିଇଓ ଶ୍ରୀ ପୁରୁଷୋତମ ବୈଷ୍ଣବ ମଧ୍ୟ ଉପସ୍ଥିତ ଥିଲେ । ଏହି ଅବସରରେ ପ୍ରାଣଘାତକ ରୋଗ ଏବଂ ଏଥିରୁ ମୁକୁଳିବାର ରାସ୍ତା, ଉତମ ସ୍ୱାସ୍ଥ୍ୟସେବା ଯୋଗାଇବାରେ ସରକାରୀ ଓ ଘରୋଇ ହସ୍ପିଟାଲ୍ର ଭୁମିକା ଏବଂ ଆହ୍ୱାନ୍ ଓ ସାମ୍ପ୍ରତିକ ଜୀବନଶୈଳୀରେ ପରିବର୍ତନ ଏବଂ ଏହାର ସ୍ୱାସ୍ଥ୍ୟ ଉପରେ ପ୍ରଭାବ ସମ୍ପର୍କିତ ତିନୋଟି ଆଲୋଚନା ଚକ୍ର ଅନୁÂିତ ହୋଇଥିଲା । ଆଲୋଚନା ଚକ୍ରର ଦୁଇଟି ପର୍ଯ୍ୟାୟରେ ସମ୍ହ ସ୍ପିଟାଲ୍ର ମେଡିକାଲ୍ ସୁପରିଟେଣ୍ଡେଂଟ ପ୍ରଫେସର ପୁଷ୍ପରାଜ ସାମନ୍ତସିଂହାର ଏବଂ ସର୍ଜିକାଲ୍ ଅଙ୍କୋଲୋଜିଷ୍ଟ ଡକ୍ଟର ସୁନିଲ୍ ଅଗ୍ରୱାଲ ପ୍ୟାନେଲିଷ୍ଟ ଭାବେ ଯୋଗ ଦେଇଥିଲେ ।

Share

Leave a Reply

Your email address will not be published. Required fields are marked *

13 − 8 =