ବ୍ଲାକ୍ ଟି ହୃଦଜନିତ ସମସ୍ୟା ଦୂର କରେ, ପଢନ୍ତୁ

ଅଧିକାଂଶ ବ୍ୟକ୍ତି ଏକ କପ୍ ଚା କିମ୍ବା କଫି ପିଇବା ସହ ଦିନର ଆରମ୍ଭ କରିବା ପାଇଁ ପସନ୍ଦ କରିଥାନ୍ତି । ତେବେ ସାଧାରଣତଃ ସମସ୍ତେ କ୍ଷୀର ଚା’ ପିଇବା ପାଇଁ ପସନ୍ଦ କରିଥିବା ବେଳେ ଆପଣ ଜାଣିଛନ୍ତି କି କ୍ଷୀର ଚା’ ଠାରୁ ଅନେକ ଗୁଣରେ ଉପକାରୀ ହୋଇଥାଏ କଳା ଚା’ ବା ବ୍ଲାକ୍ ଟି । ଏହା ଆପଣଙ୍କ ଶରୀରକୁ ସୁସ୍ଥ ରଖିବା ସହ ବିଭିନ୍ନ ପ୍ରକାର ରୋଗରୁ ଦୂରେଇ ରଖିଥାଏ । ଆସନ୍ତୁ ଜାଣିବା କ’ଣ ରହିଛି କଳା ଚା’ର ଉପକାରିତା ।
କଳା ଚା’ ରେ ପ୍ରଚୁର ପରିମାଣର ଫ୍ଲୋବେନାଏନ୍ସ ଏଲଡିଏଲ୍ ରହିଥାଏ, ଯାହା କୋଲେଷ୍ଟ୍ରଲକୁ ନିୟନ୍ତ୍ରିତ ରଖିଥାଏ । ଏଣୁ ଦୈନିକ କଳା ଚା ପିଇବା ଦ୍ୱାରା ହୃଦଜନିତ ସମସ୍ୟା ଦୂର ହୋଇଥାଏ । ଏହା ସହ ଶରୀରରେ ଉପୁଜୁଥିବା କର୍କଟ ସମ୍ବନ୍ଧୀୟ କୋଷର ସଂପୂର୍ଣ୍ଣ ଭାବେ ବିନାଶ କରିଥାଏ କଳା ଚା । ଏଣୁ କର୍କଟ ଭଳି ରୋଗରୁ ନିଜକୁ ରକ୍ଷା କରିବା ପାଇଁ ନିୟମିତ କଳା ଚା ପିଇବା ଆବଶ୍ୟକ ।
କଳା ଚା ମନୁଷ୍ୟକୁ ଚାପମୁକ୍ତ ରହିବାରେ ସାହାଯ୍ୟ କରିଥାଏ । ଏହା ମସ୍ତିଷ୍କକୁ ସତେଜ ରଖିବା ସହ ସ୍ମରଣ ଶକ୍ତି ବୃଦ୍ଧି କରିଥାଏ । ଏହାକୁ ସେବନ କରିବା ଦ୍ୱାରା ପାଚନ ପ୍ରକ୍ରିୟା ମଧ୍ୟ ସଠିକ୍ ହୋଇଥାଏ । ଏହା ଦ୍ୱାରା ଗ୍ୟାସ , କୋଷ୍ଠକାଠିନ୍ୟ ଆଦି ପେଟ ଜଡ଼ିତ ସମସ୍ୟା ଦୂର ହୋଇଥାଏ ।
ପ୍ରତିଦିନ କଳା ଚା ସେବନ ଶରୀରକୁ ଶକ୍ତି ପ୍ରଦାନ କରିଥାଏ । ଦିନ ଯାକର ଥକାପଣକୁ ଦୂର କରିବା ସହ ଏହା ଶରୀରରେ କୋଲେଷ୍ଟ୍ରଲର ମାତ୍ରା ନିୟନ୍ତ୍ରିତ ରଖିଥାଏ ଏବଂ ମେଦହ୍ରାସ କରିବାରେ ମଧ୍ୟ ସହାୟକ ହୋଇଥାଏ ।

Share

Leave a Reply

Your email address will not be published. Required fields are marked *

five + 2 =