ଗୋଟିଏ ଡଙ୍ଗାରେ ଅପରାଜିତା-ବୈଜୟନ୍ତ, ଜାଣନ୍ତୁ କେମିତି

ଭୁବନେଶ୍ବର () ରାଜନୀତିରେ କେତେବେଳେ କେଉଁ ଚକ ଗଡିବ କହି ହେବନି । ବିଜେପିରେ ଧିରେ ଧିରେ ପୂର୍ବତନ ଆଇଏଏସ ଅଫିସର ଅପରାଜିତା ଷଢଙ୍ଗୀଙ୍କ ଚେର ମଜବୁତ ହେଉଛି । ସେପଟେ ଦୀର୍ଘଦିନ ଧରି ବିଜେଡି ବିରୋଧରେ ପ୍ରଚାର କରୁଥିବା ବୈଜୟନ୍ତ ପଣ୍ଡା ମଧ୍ୟ ବିଜେପିରେ ବିଧିବଦ୍ଧ ଭାବେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଚର୍ଚ୍ଚା ହେଉଛି ସେ ଆସନ୍ତା 16 ତାରିଖରେ ବିଜେପିରେ ଯୋଗ ଦେବେ ।

ଅପରାଜିତା ଷଢଙ୍ଗୀ ଆଗାମୀ ଦିନରେ ରାଜ୍ୟ ବିଜେପି ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ଦଳର ମଙ୍ଗ ଧରିବେ । ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ତାଙ୍କ ସହ ସିଧାସଳଖ ଯୋଗାଯୋଗରେ ଅଛନ୍ତି । ରାଜ୍ୟ ବିଜେପିର ଗୋଟିଏ ଗୋଷ୍ଠି ବିଶେଷ କରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଟିମ ତାଙ୍କୁ ଦଳରେ ଗ୍ରହଣ କରିପାରୁନଥିଲେ ବି କେନ୍ଦ୍ରୀୟ ନେତୃତ୍ବର ଚାପକୁ ସହିବାକୁ ବାଧ୍ୟ ହେଉଛନ୍ତି ।

ସେହିଭଳି ଆଗାମୀ ଦିନରେ ବୈଜୟନ୍ତ ପଣ୍ଡାଙ୍କୁ ବିଧିବଦ୍ଧ ଭାବେ ବିଜେପିରେ ଯୋଗ କରାଇବାର କାର୍ଯ୍ୟକ୍ରମ ରହିଛି । ବିଜେପି ସହ ଲିଙ୍କ ଯୋଗୁଁ ବିଜେଡିର ବିଶ୍ବାସ ହରାଇଥିବା ବୈଜୟନ୍ତ ଗତ କିଛି ମାସ ହେଲା କୌଣସି ଦଳରେ ଯୋଗ ଦେଇନାହାଁନ୍ତି । କିନ୍ତୁ ତାଙ୍କ ଚା ପାର୍ଟିରେ ଚର୍ଚ୍ଚା ଓ ଅନ୍ୟାନ କାର୍ଯ୍ୟକ୍ରମ ଜରିଆରେ ସେ ବିଜେଡି ବିରୋଧୀ ହାଓ୍ବାକୁ ଏକାଠି କରିବାକୁ ଚେଷ୍ଟା କରୁଥିଲେ । ଏଥିପାଇଁ ସେ ବିଭିନ୍ନ ଜିଲ୍ଲା ଗସ୍ତ କରି ନିଜସ୍ବ ଲୋକ ସଂପର୍କ ସୃଷ୍ଟି କରୁଛନ୍ତି ।

ଏହି ଦୁଇ ନେତା ଏବେ ଗୋଟିଏ ଡଙ୍ଗାରେ ସବାର ହେବେ । ଉଭୟ ବିଜେପି ପାଇଁ ପ୍ରଚାର କରିବା ସହ ଦଳୀୟ ରଣନୀତିରେ ସାମିଲ ହେବେ । ଅପରାଜିତା ପ୍ରତ୍ୟେକ୍ଷ ରାଜନୀତିରେ ବିଧାନସଭା କ୍ଷେତ୍ର ପାଇଁ ଲଢିବେ ବୋଲି ଶୁଣାଯାଉଥିବା ବେଳେ ବୈଜୟନ୍ତ ନିର୍ବାଚନ ନଲଢି କେବଳ ପ୍ରଚାର କରିବେ ବୋଲି ଜଣାପଡିଛି । ଅପରାଜିତାଙ୍କ ସହ ଜଣେ ବଳିଷ୍ଠ ପ୍ରଚାରକ ଭାବେ ଦୁହିଁଙ୍କୁ ଗୋଟିଏ ଡଙ୍ଗାରେ ସବାର କରାଇବାକୁ ବିଜେପି କେନ୍ଦ୍ରୀୟ ନେତୃତ୍ବ ଯୋଜନା କରିଥିବା ଚର୍ଚ୍ଚା ହେଉଛି ।

Share

Leave a Reply

Your email address will not be published. Required fields are marked *

twenty − 1 =