ଘରୋଇ ମାଟିରେ ହାରିଲା ଟିମ ଇଣ୍ଡିଆ

ଚେନ୍ନାଇ: ଚେନ୍ନାଇରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ଖେଳାଯାଇଥିବା ପ୍ରଥମ ଟେଷ୍ଟରେ ଭାରତର ଶୋଚନୀୟ ପରାଜୟ । ୨୨୭ ରନରେ ଭାରତ ଇଂଲଣ୍ଡଠାରୁ ପରାଜୟବରଣ କରିଛି ।ତେବେ ଏହି ବିଜୟ ସହ ଇଂଲଣ୍ଡ ୪ ଟିକିଆ ସିରିଜରେ ୧-୦ରେ ଆଗୁଆ ହୋଇଛି । ଦୀର୍ଘ ୪ ବର୍ଷ ପରେ ଭାରତ ଘରୋଇ ମାଟିରେ ଏହି ଟେଷ୍ଟ ମ୍ୟାଚ ହାରିଛି । ଏହା ପୂର୍ବରୁ ଭାରତ ଅଷ୍ଟ୍ରେଲିଆ ବିପକ୍ଷରେ ୨୦୧୭ରେ ଟେଷ୍ଟ ମ୍ୟାଚରେ ପରାଜିତ ହୋଇଥିଲା ।

ଏହି ମ୍ୟାଚରେ ଭାରତକୁ ୪୨୦ ରନ୍‌ର ଟାର୍ଗେଟ ମିଳିଥିଲା । କିନ୍ତୁ ଏହାକୁ ପୂରଣ କରିବାକୁ ଯାଇ ଭାରତ ୧୯୨ ରନରେ ହିଁ ଅଲଆଉଟ୍ ହୋଇଯାଇଥିଲା । ୪୨୦ ରନର ବିଜୟ ଲକ୍ଷ୍ୟକୁ ପିଛା କରୁଥିବା ଭାରତ ଦ୍ୱିତୀୟ ଇନିଂସରେ ରୋହିତ ଶର୍ମା ଓ ଚେତେଶ୍ୱର ପୂଜାରାଙ୍କ ଓ୍ୱିକେଟ୍ ଖୁବଶୀଘ୍ର ହରାଇଥିଲା । ରୋହିତ ୧୨ ଓ ପୂଜାରା ୧୫ ରନ୍ କରି ପ୍ୟାଭିଲିୟନ ଫେରିଥିଲେ । ପରେ ପଞ୍ଚମ ଦିନରେ ଶୁଭମନ୍ ଗିଲ୍ ୫୦ ରନ୍ କରି ପ୍ୟାଭିଲିୟନ ଫେରିଥିଲା । ଏହାପରେ ଆଜିଙ୍କ୍ୟ ରାହାଣେ ମଧ୍ୟ ବିନା କୌଣସି ରନରେ ଆଉଟ୍ ହୋଇଥିଲେ ।

ଅନ୍ୟମାନଙ୍କ ମଧ୍ୟରେ ଋଷଭ ପନ୍ତ ୧୧, ଓ୍ୱାଶିଂଟନ ସୁନ୍ଦର ୦, ଆର ଅଶ୍ୱିନ ୯, ସେହବାଜ ନଦିମ ୦ ଓ ଜସପ୍ରିତ ବୁମରାହ ୪ ରନ୍ କରି ଆଉଟ୍ ହୋଇଥିଲେ । କେବଳ ଅଧିନାୟକ କୋହଲି ସଂଙ୍ଘର୍ଷ କରିଥିଲେ । ସେ ଶତକ କରିବା ପୂର୍ବରୁ ୭୨ ରନ୍ କରି ଆଉଟ୍ ହୋଇଥିଲେ ।ଇଂଲଣ୍ଡ ପକ୍ଷରୁ ଜ୍ୟାକ୍ ଲେଚ୍ ସର୍ବାଧିକ ୪ଟି ଓ୍ୱିକେଟ୍ ନେଇଥିବା ବେଳେ ଜେମ୍ସ ଆଣ୍ଡରସନ୍ ତିନୋଟି, ଜୋଫ୍ରା ଆର୍ଚର, ଡମ୍ ବେସ୍ ଓ ବେନ୍ ଷ୍ଟୋକସ୍ ଗୋଟିଏ ଲେଖାଏଁ ଓ୍ୱିକେଟ୍ ନେଇଥିଲେ ।

Share

Leave a Reply

Your email address will not be published. Required fields are marked *

one × 2 =