ଗର୍ଭଗୃହ ଯାଞ୍ଚ ପାଇଁ ପହଞ୍ଚିଛି ASI ଟିମ୍‌

ପୁରୀ()  ଶ୍ରୀମନ୍ଦିରରେ ଗର୍ଭଗୃହ ଯାଞ୍ଚ ପାଇଁ ପହଞ୍ଚିଛି ASI ଟିମ୍‌ । ସିଂହଦ୍ୱାର ଗୁମୁଟରେ ବନ୍ଧା ଯାଇଛି ଭାରା। ଏହାସହ ନାଟମଣ୍ଡପ ଜଗମୋହନର ମଧ୍ୟ ଅନୁଧ୍ୟାନ କରିବେ ଏହି ବିଶେଷଜ୍ଞ ଦଳ। ମହାପ୍ରଭୁ ଗର୍ଭଗୃହରେ ନଥିବାରୁ ପ୍ରତିବର୍ଷ ପରି ଗର୍ଭଗୃହର ସାମାନ୍ୟ ମରାମତି କରାଯାଇଥାଏ।

ଏହାସହ ଏଏସଆଇର ବିଶେଷଜ୍ଞଦଳ ଶ୍ରୀମନ୍ଦିରର ଅନ୍ୟ ଦୁର୍ବଳ ଅଂଶଗୁଡ଼ିକର ମଧ୍ୟ ମରାମତି କରିବେ। କୋଭିଡ୍‌ କଟକଣା ଯୋଗୁ ବିଶେଷଜ୍ଞ ଏଥର ଯାଞ୍ଚ କାର୍ଯ୍ୟରେ ସାମିଲ ହୋଇନାହାଁନ୍ତି। ଯାଞ୍ଚ ପୂର୍ବରୁ ଶ୍ରୀମନ୍ଦିର ଭିତର ବିଶୋଧନୀକରଣ କରାଯାଇଛି।

ସେପଟେ ସନ୍ଧ୍ୟାରେ ବସୁଛି ଛତିଶା ନିଯୋଗ ବୈଠକ। ଏଥିରେ ମହାପ୍ରଭୁଙ୍କ ନୀତିକାନ୍ତି ଓ କୋଭିଡ କଟକଣା ସଂପର୍କରେ ଆଲୋଚନା କରାଯିବ।

Share

Leave a Reply

Your email address will not be published. Required fields are marked *

eighteen − seventeen =