ହୀରାକୁଦରୁ ପ୍ରଥମ ବନ୍ୟା ଜଳ ନିଷ୍କାସିତ

ଭୁବନେଶ୍ୱର() ହୀରାକୁଦ ଡ୍ୟାମରୁ ଚଳିତ ବର୍ଷର ପ୍ରଥମ ବନ୍ୟା ଜଳ ନିଷ୍କାସନ ହେଉଛି । ପାରମ୍ପରିକ ପୂଜାର୍ଚ୍ଚନା ପରେ ଗେଟ ଖୋଲାଯାଇଥିଲା । ପ୍ରଥମେ ଡ୍ୟାମର ୭ ନମ୍ବର ସ୍ଲୁଇସ ଗେଟକୁ ଖୋଲାଯାଇଥିଲା । ପରବର୍ତ୍ତୀ ସମୟରେ ଆଉ ୬ଟି ଗେଟକୁ ଖୋଲାଯାଇଥିଲା । ଫଳରେ ୭ଟି ଗେଟ ଦେଇ ଜଳ ନିଷ୍କାସନ କରାଯାଉଥିଲା । ତେବେ ବର୍ତ୍ତମାନ ଆବଶ୍ୟକତା ଅନୁଯାୟୀ ପର୍ୟ୍ୟାୟକ୍ରମେ ଆଉ ୩ଟି ଗେଟ ଖୋଲାଯାଇଥିବା ଜଣାଯାଇଛି । ଫଳରେ ଏବେ ମୋଟ ୧୦ଟି ଗେଟ ଦେଇ ଜଳ ନିଷ୍କାସନ ଜାରି ରହିଛି ।

ହୀରାକୁଦରୁ ପ୍ରଥମ ବନ୍ୟା ଜଳ ନିଷ୍କାସିତ ହୋଇଛି । ଦିନ ୧୦ଟାରେ ପାରମ୍ପରିକ ପୂଜାର୍ଚ୍ଚନା ପରେ ଗେଟ ଖୋଲିଛି । ପ୍ରତିବର୍ଷ ଗେଟ ଖୋଲାଯିବା ବେଳେ ବହୁ ସଂଖ୍ୟାରେ ଜନସାଧାରଣ ଓ ଗଣମାଧ୍ୟମ ପ୍ରତିନିଧି ଉପସ୍ଥିତ ରହିଥା’ନ୍ତି । କିନ୍ତୁ ଚଳିତ ବର୍ଷ କରୋନା କଟକଣା ପାଇଁ କାହାରିକୁ ସେଠାକୁ ଛଡ଼ାଯାଇନଥିଲା ।ହୀରାକୁଦରୁ ଛଡ଼ା ଯାଉଥିବା ବନ୍ୟା ଜଳ ଖଇରମାଳ ଓ ବରମୂଳ ପହଁଚିବା ପାଇଁ ୧୨ରୁ ୧୬ ଘଂଟା ଲାଗିଥାଏ । ୩୬ରୁ ୪୮ ଘଂଟା ମଧ୍ୟରେ ଏହା ମୁଣ୍ଡଳୀରେ ପହଁଚିଥାଏ ।

ଗତ ୧୫ରୁ ସୁନ୍ଦରଗଡ଼, କୁଚିଣ୍ଡା ଅଂଚଳରେ ବର୍ଷା ଯୋଗୁଁ ଭେଡେ଼ନ ନଦୀରେ ପାଣିପ୍ରବାହ ଏବଂ ଛତିଶଗଡ଼ ବ୍ୟାରେଜ ଖୋଲା ହେବା ଯୋଗୁଁ ଜଳଭଣ୍ଡାରରେ ଜଳପତନ ବୃଦ୍ଧି ପାଇଥିଲା । ପୂର୍ବରୁ ବି ଜଳଭଣ୍ଡାରରେ ଅଧିକ ପାଣି ଥିବାରୁ ଜୁନ ମାସରୁ ଗେଟ ଖୋଲିବା ପାଇଁ ନଦୀବନ୍ଦ କର୍ତୃପକ୍ଷ ନିଷ୍ପତି ନେଇଥିଲେ । ସେହିପରି ବୁର୍ଲା ଓ ଚିପିଲିମା ଜଳ ବିଦୁ୍ୟତ ଉପôାଦନ କେନ୍ଦ୍ର ମଧ୍ୟ କ୍ଷମତା ଅନୁସାରେ ପାଣି ନେଉନଥିବାରୁ ଗେଟ ଖୋଲିବାକୁ କର୍ତୃପକ୍ଷ ବାଧ୍ୟ ହୋଇଛନ୍ତି । ଗତକାଲି ସଂଧ୍ୟା ସୁଦ୍ଧା ହୀରାକୁଦ ଜଳସ୍ତର ୬୧୭.୨୩ ଫୁଟ ରହିଥିଲା ।

Share

Leave a Reply

Your email address will not be published. Required fields are marked *

16 + 18 =